LIFESTYLE

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

By ENO Beuro

February 06, 2018

ଭ୍ରମଣ ସମୟରେ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ

ଅନେକ ସମୟରେ ଯାତ୍ରାରେ ଆମକୁ ସହଯାତ୍ରୀମାନଙ୍କ ସମ୍ମୁଖରେ ବାରମ୍ବାର ଟଙ୍କା କାଢ଼ିବାକୁ ପଡିଥାଏ । ତେଣୁ ଚୋରୀ ହେବାର ଭୟ ମଧ୍ୟ ରହିଥାଏ  । କାରଣ ସହଯାତ୍ରୀ ଗହଣରେ ଚୋର ବି ଥାଇପାରନ୍ତିି । ଏବେ ନଜର ପକାନ୍ତୁ ଭ୍ରମଣ ସମୟରେ କେମିତି ଅର୍ଥକୁ ସୁରକ୍ଷିତ ରଖିବେ  ।

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଖାଇବା ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗା ଭାବେ ଫ୍ୟାଣ୍ଟ୍‌ କିମ୍ବା ସାର୍ଟ ପକେଟ୍‌ ବା ପର୍ସରେ ରଖନ୍ତୁ । ଆଜିକାଲି ବଜାରରେ ଭିନ୍ନଭିନ୍ନ ପ୍ରକାରର ଲଗେଜ୍‌ ବ୍ୟାଗ୍‌, ଆଣ୍ଟି ଥେଫ୍ଟ ବ୍ୟାଗ୍‌, ପର୍ସ, ବ୍ୟାଙ୍କ୍‌ ପ୍ୟାକ୍ସ ଆଦି ମିଳୁଛି ।

ଯଦି ଆପଣ ଭ୍ରମଣ ସମୟରେ ନିଜ ସାଙ୍ଗରେ ଅଳଙ୍କାର ବା କୌଣସି ଅନ୍ୟ ମୂଲ୍ୟବାନ୍‌ ସାମଗ୍ରୀ ନେଉଥାନ୍ତି, ତେବେ ସର୍ବପ୍ରଥମେ ତାକୁ ହୋଟେଲ୍‌ର ଲକର୍‌ରେ ଜମା କରିଦିଅନ୍ତୁ । ଆପଣଙ୍କର ଯଦି  ଭୁଲିଯିବାର ଅଭ୍ୟାସ ରହିଛି, ତେବେ ମୋବାଇଲରେ ରିମାଇଣ୍ଡର ଲଗାନ୍ତୁ ।

ଯଦି ବିଦେଶ ଭ୍ରମଣରେ ଯାଉଥାଆନ୍ତି ତେବେ ସେଠାରେ ପ୍ରଚଳିତ ‘ ମୁଦ୍ରା ’ ସଂପର୍କରେ ଜାଣି ନିଜପାଖରେ ରଖନ୍ତୁ । ଯିବାପୂର୍ବରୁ ଦେଶର ଏକ୍ସଚେଞ୍ଜ କରାଯାଇଥିବା ମୁଦ୍ରା ମଧ୍ୟ ସୁରକ୍ଷିତ ଜାଗାରେ ରଖିବା ଭୁଲନ୍ତୁ ନାହିଁ ।

ୟୁନିର୍ଭସାଲ୍‌ କେଡ୍ରିଟ୍‌ କାର୍ଡ ଓ ଏଥି ସହିତ ଆବଶ୍ୟକୀୟ ପରିଚୟ ପତ୍ର, ଇନ୍‌ସ୍ୟୁରାନ୍ସ କାର୍ଡ ଆଦି ସୁରକ୍ଷିତ ରଖନ୍ତୁ । ଟ୍ରାଭେଲ୍‌ କାର୍ଡ ଏକ ସୁରକ୍ଷିତ ବିକଳ୍ପ , ଯେଉଁଥିରେ ଆପଣ ଯାତ୍ରାରେ ଯିବାପୂର୍ବରୁ କିଛି ଟଙ୍କା ଡିପୋଜିଟ୍‌ କରି ନିଅନ୍ତୁ ।

ପଢନ୍ତୁ ;

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ