LIFESTYLE

ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାର

ଶୀତ ଦିନରେ ଥଣ୍ଡା ପବନ ଦ୍ଵାରା ଚର୍ମ ନରମ ହୋଇଥାଏ। ଚର୍ମ ନରମ ହୋଇ ଯିବାରୁ ତାହା ଶୁଷ୍କ ହୋଇଯାଏ। ଶୀତଦିନେ ପାଦ, ଓଠ ଫାଟିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ କରିବା ଉଚିତ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ରାତିରେ ଶୋଇବା ପୂର୍ବରୁ ହାତକୁ ଆଲୋଭେରା ଜେଲ୍‌ ଲଗାଇ ମାଲିସ୍‌ କରନ୍ତୁ। ସକାଳୁ ଉଠି ହାତକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ହାତ ମୁଲାୟମ୍‌ ଲାଗିଥାଏ।

ଏକ ପାତ୍ରରେ ନଖ ଉଷୁମ ପାଣି ନିଅନ୍ତୁ। ଏଥିରେ ମହୁ, ଲେମ୍ବୁରସ ମିଶାନ୍ତୁ। ଏବେ ଏହି ପାଣିରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ହାତକୁ ବୁଡାଇ ରଖନ୍ତୁୂ। ଏପରି କରିବା ଦ୍ୱାରା ଶୁଷ୍କ ସ୍କିନ୍‌ ନରମ ହୋଇଯାଏ।

hand

ପ୍ରତିଦିନ ବାଦାମ ତେଲରେ ହାତକୁ ମାଲିସ୍‌ କରନ୍ତୁ। ଏହି ତେଲରେ ମାଲିସ୍‌ କରିବା ଦ୍ୱାରା ହାତରେ ଥିବା ଡେଡ୍‌ ସ୍କିନ୍‌ ଦୂରେଇଯିବା ସହ ହାତ କୋମଳ ଲାଗେ।

ମଲାଇରେ ଲାକ୍ଟିକ୍‌ ଏସିଡ୍‌ ରହିଛି, ଯାହା ସ୍କିନ୍‌କୁ ମୁଲାୟମ୍‌ କରିଥାଏ। ହାତକୁ ସଫ୍ଟ କରିବାକୁ ହେଲେ ଏକ ଚାମଚ ତାଜା ମଲାଇ ନିଅନ୍ତୁ। ଏଥିରେ ହାତକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ। ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ।

ପଢନ୍ତୁ; ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ

Related posts

ମୋଟାପଣ ପାଇଁ ଚିନ୍ତିତ କି? ବଦଳାନ୍ତୁ ନିଜର ଜୀବନଶୈଳୀ ଏବୋଂ ଆପଣାନ୍ତୁ ଏହିସବୁ ଉପାୟ

ENO Beuro

ସକାଳେ ମିଠା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣନ୍ତୁ?

ENO Beuro

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More