• Home
  • LIFESTYLE
  • ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!
LIFESTYLE

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!

ନିଜ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି।  ଶରୀରର ସବୁ ଅଂଶ ଗୁରୁତ୍ଵପୂର୍ଣ ଅଟେ କିନ୍ତୁ  ହୃତପିଣ୍ଡର ଭୂମିକା ବହୁତ ଗୁରୁତ୍ଵପୂର୍ଣ। ଆପଣ ଜାଣନ୍ତି କି କଣ କରିବାଦ୍ଵାରା ହୃତପିଣ୍ଡ ସୁସ୍ଥ ରହିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ପ୍ରଥମତ ଯୋଗ କରନ୍ତୁ। ଦୁଶ୍ଚିନ୍ତା, ଅବସାଦ, ନକାରାତ୍ମକ ଭାବନା ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ। ପ୍ରତି ଦିନ କିଛି ସମୟ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ମେଦ କମିବ। ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହିତ ହୃତ୍‌ପିଣ୍ଡର କ୍ଷତି ଘଟିବନାହିଁ।
  • ପ୍ରତିଦିନ ସନ୍ତରଣ ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ। ରକ୍ତ ସଂଚାଳନ ଠିକ୍‌ ରହେ। ହୃତ୍‌ସ୍ପନ୍ଦନ ବଢ଼ିବା ସହ ରକ୍ତ ପରିଷ୍କାର ହୁଏ। ଗଣ୍ଠି ସମସ୍ୟା ଥିଲେ, ଦୂର ହୁଏ।
  • ସୁସ୍ଥ ଶରୀର ପାଇଁ ସାଇକେଲ୍‌ ଚାଳନା ନିହାତି ଜରୁରୀ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଗଣ୍ଠି ସମସ୍ୟା ଦୂରକରେ।
  • ନିୟମିତ ଦୌଡ଼ ଅଭ୍ୟାସ ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଦ୍ୱାରା ଶରୀରରେ କାଲୋରି ମାତ୍ରା କମେ। ରକ୍ତବାହୀ ନଳିରେ ଚର୍ବି ଜମାହୁଏନାହିଁ।
  • ନିୟମିତ ସକାଳେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହେ। ଚାଲିବା ବେଳେ ଆରାମଦାୟକ ଜୋତା ପିନ୍ଧନ୍ତୁ। ସମୟର ଅଭାବ ଥିଲେ ଅତି କମ୍‌ରେ ଦଶ ମିନିଟ୍‌ ପର୍ଯ୍ୟନ୍ତ ଚାଲିବା ଆବଶ୍ୟକ।
  • ଅଧିକାଂଶ ଲୋକ ଲିଫ୍‌ଟରେ ଯିବା ଆସିବା କରିଥାନ୍ତି। ଏହି ଅଭ୍ୟାସକୁ ଦୂର କରି ଶିଡ଼ିରେ ଯିବା-ଆସିବା ଅଭ୍ୟାସ କରନ୍ତୁ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ! heart

ପଢନ୍ତୁ;

ବେକର କଳା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

Related posts

ଜାଣନ୍ତୁ ଗରମ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆରମ ମିଳିଥାଏ

Krishna Kumar Manoj

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ “ଅଲିଭ୍‌ ତେଲ”

Krishna Kumar Manoj

ସୁଗାର ଫ୍ରି ଖାଦ୍ୟପେୟରେ ସୁଗାର ଅଛି କି ନା, ପରୀକ୍ଷା କରିବା ପାଇଁ ଟିପ୍ସ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More