LIFESTYLE

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ଆପଣ ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କଲେ, ତା’ର ମିଛକୁ ଧରିବା ଅସମ୍ଭବ । ଶରୀର ଭାଷା ମାଧ୍ୟମରେ ମିଛ କେମିତି ଧରାପଡିବ ଶିଖାଯାଉଛି । ବହୁ ପୋଥି ପୁରାଣରେ ବି ମିଛ ଧରିବାର କୌଶଳ ସଂପର୍କରେ ବର୍ଣ୍ଣନା ରହିଛି।

ଗରୁଡ ପୁରାଣ ଅନୁସାରେ ଆପଣ ସାତଟି ସଙ୍କେତରୁ ଲୋକଟି ମିଛ କହୁଛି କି ସତ କହୁଛି ଜାଣିପାରିବେ । ଗରୁଣ ପୁରାଣରେ ବର୍ଣ୍ଣିତ ଏକ ଶ୍ଲୋକ ଅନୁସାରେ ଶରୀରର ଆକାର, ସଙ୍କେତ, ଗତି, ଚେଷ୍ଟା, ବାଣୀ, ନେତ୍ର ଏବଂ ଭାବର ଅଙ୍ଗଭଙ୍ଗୀରୁ କୌଣସି ବ୍ୟକ୍ତିର ମନର କଥା ସହଜରେ ଜାଣିହୁଏ।

ଜାଣନ୍ତୁ-

ଯେତେବେଳେ ଜଣେ ବ୍ୟକ୍ତି ମିଛ କହୁଥାଏ ତା’ର ଶାରୀରିକ ସଙ୍କେତ ମଧ୍ୟ ବଦଳିଯାଇଥାଏ । ହାତ-ପାଦ ହଲେଇବା ବ୍ୟତୀତ ଶାରୀରିକ ଗତିରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ହଡବଡ ହେବା, କଥା ନ ଶୁଣିବା ଆଦି ସଙ୍କେତରୁ ଜାଣିପାରିବେ ଯେ ବ୍ୟକ୍ତି ମିଛ କହୁଛି।

ମିଛ କହୁଥିବା ବ୍ୟକ୍ତିଟି ଆପଣଙ୍କ କଥା ଭଲ ଭାବରେ ନଶୁଣି ଏପଟ ସେପଟ ହେଉଥାଏ । ଗୋଟିଏ ସ୍ଥାନରେ ସ୍ଥିର ହୋଇକି ବସିପାରେ ନାହିଁ । ଯଦି ଜଣେ ବ୍ୟକ୍ତି କୌଣସି କଥା ଲୁଚେଇବାକୁ ଚେଷ୍ଟା କରିଥାଏ ବା ମିଛ କହୁଥାଏ , ତା’ହେଲେ ସେ ବିନା ଅର୍ଥରେ ହସିଥାଏ । ଯଦି ଆପଣ ଏମିତି ହସକୁ ଜାଣିପାରିବେ, ତା’ହେଲେ ସହଜରେ ତାର ମିଛକୁ ଜାଣିପାରିବେ।

ଗରୁଡ ପୁରାଣ ଅନୁଯାୟୀ ଯଦି ଆପଣଙ୍କ ସାମ୍ନାରେ ବ୍ୟକ୍ତି କଥା କହୁଥିବା ସମୟରେ ମିଛ କହୁଥାଏ, ତା’ର କାନ୍ଧ ତଳକୁ ହୋଇ ରହିବ । ଚୌକି ଉପରେ ବସିଥିଲେ ସେ ବାରମ୍ବାର ଗୋଡ଼ ହଲାଉଥିବ । ତା’ର ହାତ ଥରୁଥିବ। ଏମିତି ଲକ୍ଷଣ ଦେଖିଲେ ଜାଣିବେ ଜଣେ ମିଛ କହୁଛି ବୋଲି।

ପଢନ୍ତୁ;କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

Related posts

ଟାଟୁ କରୁଛନ୍ତି କି? ସାବଧାନ! ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

ENO Beuro

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

ENO Beuro

ପ୍ରତିଦିନ ସକାଳେ ପିଅନ୍ତୁ ଲବଙ୍ଗ ଚା’, ମିଳିବ ଏହି ସବୁ ଫାଇଦା

ENO Beuro

2 comments

Leave a Comment