LIFESTYLE

ସାଥୀଙ୍କ ମନ ବୁଝିବାର ସହଜ ଉପାୟ

ସମ୍ପର୍କର ସୂତାଖିଅ ବେଳେବେଳେ ଅଡୁଆ ହୋଇଯାଏ । ଏହାର ଯଦି ତୁରନ୍ତ ସମାଧାନ କରା ନ ଯାଏ ତେବେ ଘରେ ଅଶାନ୍ତି ବ୍ୟାପିବା ସ୍ୱାଭାବିକ । ଯଦି ଆପଣଙ୍କ ସମ୍ପର୍କରେ ଏପରି କିଛି ଅନୁଭବ କରୁଛନ୍ତି, ତେବେ ସାଥୀଙ୍କ ମନକୁ ପଢିବା ନିହାତି ଜରୁରୀ । ଏହା ସହିତ କେତେକ ଦିଗକୁ ଦୃଷ୍ଟି ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ସାଥୀଙ୍କ ମନ ବୁଝିବାର ସହଜ ଉପାୟ ?

ସାଥୀଙ୍କ ମନ ବୁଝିବା ପାଇଁ କିଛି ଟିପ୍ସ :-

  • କୌଣସି କଥାବାର୍ତ୍ତା ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁନାହିଁ । ପ୍ରଥମେ ସାଥୀଙ୍କ ମନରେ କ’ଣ ଅଛି ବାରିବା ପରେ ନିଜ କଥା ଜଣାଇବା ଉଚିତ ।
  • ସମ୍ପର୍କରେ କିଛି ସମସ୍ୟା ଆସିଲେ ଜଣେ ଚୁପ୍‍ ରହିଯିବା ଖୁବ୍‍ ଭଲ । ଯଦି ଆପଣ ଚୁପ୍‍ ରହି କେବଳ ସାଥୀଙ୍କ କଥା ଶୁଣନ୍ତି, ତେବେ ତାଙ୍କ ମନର ବିଦ୍ରୋହ ଭଲଭାବେ ଜାଣିପାରିବେ ।
  • ବହୁବାର ମଣିଷର ହାବଭାବ ମନ, ମସ୍ତିଷ୍କର ପ୍ରତିକ୍ରିୟା ସମ୍ପର୍କରେ ଜଣାଇଦିଏ । ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇ ଆପଣ ସାଥୀଙ୍କ ମନୋଭାବ ବୁଝିପାରିବେ ।
  • ଯଦି ପତି ଅଫିସ୍‍ରୁ ଫେରି ସିଧା ସୋଫା ଉପରେ ବସିପଡନ୍ତି, ଜାଣିନିଅନ୍ତୁ ସେ ଖୁବ୍‍ କ୍ଳାନ୍ତ ଏବଂ ଏକୁଟିଆ କିଛି ସମୟ ରହିବାକୁ ଇଚ୍ଛା କରୁଛନ୍ତି। ଏପରି ସ୍ଥିତିରେ ତାଙ୍କୁ ତୁରନ୍ତ କୌଣସି ଆଲୋଚନାରେ ସାମିଲ ନକରି ପରିସ୍ଥିତି ହାଲ୍‍କା କରିବାକୁ ଚେଷ୍ଟା କରନ୍ତୁ ।
  • ଅନେକେ ରାଗିଗଲେ ଗୁମ୍‍ସୁମ ହୋଇ ବସିଯା’ନ୍ତି ନଚେତ ଘରର ଗୋଟିଏ କୋଣରୁ ବାହାରନ୍ତି ନାହିଁ । ସାଥୀଙ୍କର ଏହି ଲକ୍ଷଣ ଧ୍ୟାନ ସହକାରେ ଲକ୍ଷ୍ୟ କରନ୍ତୁ । ଫଳରେ ସେ ଅବସାଦରେ ଅଛନ୍ତି ବୋଲି ତୁରନ୍ତ ଜାଣିପାରିବେ ।

ପଢନ୍ତୁ ;

ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ଜାଣନ୍ତୁ ?

Related posts

ପ୍ରତିଦିନ ସକାଳେ ପିଅନ୍ତୁ ଲବଙ୍ଗ ଚା’, ମିଳିବ ଏହି ସବୁ ଫାଇଦା

ENO Beuro

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ENO Beuro

ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

ENO Beuro

1 comment

Leave a Comment