• Home
  • Featured
  • ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ
Featured News

ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ

ଫୋନ, ରାସନ କାର୍ଡ, ବ୍ୟାଙ୍କ ଖାତାଠାରୁ ଆରମ୍ଭ କରି ଏବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫ ଆକାଉଂଟକୁ ବି ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ସରକାର । ସରକାର ଗୋଟିଏ ପରେ ଗୋଟିଏ ସମସ୍ତ ଯୋଜନାଗୁଡିକୁ ଆଧାର ସହ ଲିଙ୍କ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଆପଣ ବିନା ଲଗଇନରେ ବି ଘରେ ବସି ମାତ୍ର  ୫ଟି ଷ୍ଟେପରେ ଆଧାର ସହ ଲିଙ୍କ କରିପାରିବେ । ତେବେ କିପରି ବିନା ଲଗଇନରେ ଆସନ୍ତୁ ଜାଣିବା ।

ସର୍ବପ୍ରଥମେ ଆପଣ ଇପିଏଫଓର ୱେବସାଇଟ ତଥା epfindia.gov.in କୁ ଯାଆନ୍ତୁ । ୱେବସାଇଟର ହୋମପେଜରେ ହିଁ ଆପଣଙ୍କୁ ବାମ ପାଶ୍ୱରେ Online Services ନାମକ ଟ୍ୟାବ ନଜର ଆସିବ ଯାହାର ତଳ ଭାଗକୁ ଅନେକ ଅପସନ ନଜର ଆସିବ । ସେହିପରି ସବୁଠାରୁ ନିମ୍ନ ଭାଗରେ eKYC Portal ନାମକ ଅପସନ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

ଏହାପରେ ଏଠାରେ ଏକ ପେଜ ଖୋଲିବ ଯାହାର ଉପର ଭାଗରେ ଲଗଇନର ଅପସନ ନଜର ଆସିବ । ଏବଂ ଏହାର ଠିକ୍ ତଳ ଭାଗରେ TRACK EKYC ଏବଂ LINK UAN AADHAAR ଅପସନ ନଜର ଆସିବ । ଦୁଇଟି ଯାକ ମଧ୍ୟରୁ ସେକେଣ୍ଡ ଅପସନ ତଥା ଲିଙ୍କ ୟୁଏଏନ ଆଧାର ଉପରେ କ୍ଲିକ୍ କରନ୍ତୁ ।

ଏହାପରେ ଯେଉଁ ପେଜ ଏଠାରେ ଖୋଲିବ ସେଥିରେ କିଛି ତଥ୍ୟ ଆପଣଙ୍କୁ ଦେବାକୁ ପଡିବ । ଏହି ଫର୍ମରେ ୟୁଏଏନ ନମ୍ବର, ଏବଂ ଇପିଏଫରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବର ଦେଇ ଜେନରେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ ।

ଏହାପରେ ପୁଣି ଆପଣ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଓଟିପି ପ୍ରାପ୍ତ ହେବ, ଯାହାକୁ ଓଟିପି ଥିବା କଲମରେ ଦାଖଲ କରନ୍ତୁ । ପୁଣି ଆଧାର ନମ୍ବର ମଧ୍ୟ ଦିଅନ୍ତୁ ଏବଂ ଏଠାରେ ନଜର ଆସୁଥିବା ସବମିଟ୍ ଅପସନ ଉପରେ କ୍ଲିକ୍ କରିବାକୁ ହେବ । ଏହାପରେ ଆପଣଙ୍କୁ  ଆପଣଙ୍କର ଆଧାର ସହ ଲିଙ୍କ ହୋଇଥିବା ନମ୍ବରକୁ ଓଟିପି କୋଡ ଆସିବ ।ଏହି ଓଟିପି କୋଡକୁ ଏଠାରେ ଦାଖଲ କରନ୍ତୁ ।ତାପରେ  ଆପଣଙ୍କ ୟୁଏଏନ ଆଧାର ସହିତ ଲିଙ୍କ ହୋଇଯିବ ।  ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ଆଧାର ଏବଂ ଇପିଏଫ ଖାତା ପାଇଁ ଦିଆଯାଇଥିବା ସମସ୍ତ ଡିଟେଲ୍ସ ସମାନ କି ନୁହେଁ । ଯଦି ଉଭୟଙ୍କ ମଧ୍ୟରେ ସାମାନତା ନହୁଏ ତେବେ ପିଏଫ ଖାତା ଲିଙ୍କ ହେବ ନାହିଁ।

ଯଦି ଦୁଇଟି ଡିଟେଲ ସମାନ ହୋଇଥାଏ  ତେବେ ଇପିଏଫ ଆକାଉଂଟ ହୋଲଡର ଆଧାର ଲିଙ୍କ ହେବା ପରେ ଆଧାର ଲିଙ୍କ ଜନିତ ସମସ୍ତ ସେବାର ଲାଭ ମଧ୍ୟ ଉଠାଇପାରିବେ ।

ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ Link Aadhaar Number With EPF UAN

 

Related posts

ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

Krishna Kumar Manoj

ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ, ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

Krishna Kumar Manoj

ଭିଡିଓ କନଫରେନ୍‌ସିଂ ଜରିଆରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More