Featured

ଆପଣ ସୁନ୍ଦରତା କୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଘରେଇ ଉପାଯରେ ସୌନ୍ଦର୍ଯ୍ୟ ବୃଦ୍ଧି

ଘରେ ପ୍ରତିଦିନ ବ୍ୟବହାର ହେଉଥିବା କେତେକ ସାଧାରଣ ସାମଗ୍ରୀରେ ବି ଭରିରହିଛି ଚମତ୍କାରୀ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ, ଯାହାକୁ ବ୍ୟବହାର କରି ଆପଣ ନିଜର ସୁନ୍ଦରତା ବଢାଇ ପାରିବେ। ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେହି ବିଭିନ୍ନ ବିୟୁଟି ପ୍ରଡକ୍ଟର ସାହାଯ୍ୟ ନେଉଛନ୍ତି ତ ଆଉ କେହି ବିୟୁଟି ପାର୍ଲର ଯାଇ ଫେସିଆଲ୍‌ ଏବଂ ଅନ୍ୟାନ୍ୟ ଉପାୟ ଆପଣାଉଛନ୍ତି।

କିନ୍ତୁ ଆସନ୍ତୁ ଜାଣିବା, କିପରୀ ଘରେଇ ଉପାଯରେ ସୁନ୍ଦରତା ବୃଦ୍ଧି କରିପାରିବା ।

ଯଦି ଆପଣଙ୍କର ଓଠ ସୁଖିଲା ଲାଗୁଛି କିମ୍ବା କଳା ପଡୁଛି ତାହେଲେ ଲହୁଣି ବ୍ୟବହାର କରନ୍ତୁ।

ଆପଣ ଚାହିଁଲେ କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷି ପାରିବେ। ମାତ୍ର କିଛିଦିନ ଏପରି କଲେ ଆପଣ ଫରକ ଜାଣିପାରିବେ। କ୍ଷୀରରେ ମଲ୍‌ବେରି ଗଛର ଛାଲି ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ତୁଳସୀପତ୍ର ରସରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ମଧ୍ୟ ଏ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚାର କାନ୍ତି ବୃଦ୍ଧି ହୋଇଥାଏ।

ଥଣ୍ଡା ଦିନରେ ସାବୁନ ଅଧିକ ଲଗେଇବା ଦ୍ଵାରା  ତ୍ୱଚା ରୁକ୍ଷ ହୋଇ ଫାଟିଥାଏ।ଏହା ବଦଳରେ ଆପଣ ସରରେ କିଛି ବୁନ୍ଦା ଲେମ୍ବୁ ରସ, ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ ତ୍ୱଚା କୋମଳ ହେବା ସହ ଚିକ୍କଣ ଏବଂ ଗୋରା ମଧ୍ୟ ହେବ।

କମଳାଚୋପାକୁ ଛାଇରେ ଶୁଖାଇ ଗୁଣ୍ଡ କରିଦିଅନ୍ତୁ,ଏଥିରେ ଟିକେ ମହୁ ଓ ହଲଦି ମିଶାଇ ମୁହ୍ନ ରେ ଲଗାନ୍ତୁ ,ଦେଖିବେ କିଛିଦିନ ପରେ ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।

କ୍ଷୀରରେ ଖଣ୍ଡ ହଳଦୀକୁ ଭିଜାଇ ବତୁରିବା ପରେ ବାଟିଦଅନ୍ତୁ। ସେଥିରେ ଏକ ଚାମଚ ମଇଦା ଏବଂ ଅଳ୍ପ ସୋରିଷ ତେଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ଲଗାଇ ଚମକତ୍ାର ନିଜେ ଅନୁଭବ କରନ୍ତୁ ।

କେଶ ପାଚିବା ସମସ୍ୟାକୁ ନେଇ ଚିନ୍ତିତ ତେବେ ଆମ୍ବ ଟାକୁଆ ଭିତରେ ଥିବା କୋଇଲିକୁ କାଢି ଛୋଟ ଛୋଟ କାଟି ଛାଇରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ପ୍ରତିଦିନ ଅଳ୍ପ ନଡିଆ ତେଲରେ ଏହି ପାଉଡରକୁ ମିଶାଇ ଶୋଇବା ପୂର୍ବରୁ କେଶରେ ମସାଜ କରନ୍ତୁ। ମାତ୍ର ଏକମାସ ଏପରି କରିବା ଦ୍ୱାରା କେଶ ପାଚିବା ବନ୍ଦ ହୋଇଯିବ।

ପ୍ରତିଦିନ ଜାମୁ ଖାଆନ୍ତୁ ଏବଂ ନଡିଆ ତେଲ ମାଲିସ୍‌ କରନ୍ତୁ,ଏହା କେଶ ଝଡିବା ସମସ୍ୟାକୁ ଦୂର କରିଥାଏ ।

ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାନ୍ତୁ ମାତ୍ର କିଛିଦିନ ମଧ୍ୟରେ ତ୍ୱଚା ଗୋରା ଏବଂ ସୁନ୍ଦର ଲାଗିବ।

ପଢନ୍ତୁ ;

ସାମ୍ନାକୁ ଆସିଛି ସତ୍ୟ “କ’ଣ ଐଶ୍ଚର୍ଯ୍ୟା ସନ୍ଦୀପ ଙ୍କ ମା “, ଆସନ୍ତୁ ଜାଣିବା

Related posts

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ENO Beuro

“Ghar Jana Hai” Hindi Music Video Will Explain The Migration Issues In Odisha

ENO Beuro

Leave a Comment