LIFESTYLE

ଆପଣ ଜାଣିଛନ୍ତି କି? ୬ ଘଂଟା ପର୍ଯ୍ୟନ୍ତ ଠିଆ ହେବା ଦ୍ୱାରା ହ୍ରାସ ପାଇଥାଏ “ଓଜନ” , ଜାଣନ୍ତୁ ସେ ସମ୍ପର୍କରେ

By ENO Beuro

February 11, 2018

ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି? ଆପଣ ନିଜ ଓଜନ କମ୍ କରିବାକୁ ଚାହୁଁଛନ୍ତି , ଜିମ୍ ଯାଇ ଝାଳ ବୁହାଇବାକୁ ଅଳସୁଆ ଲାଗୁଛି କି ତେବେ ଅାପଣ କେବଳ ଠିଆ ହୋଇ ଆପଣଙ୍କର ଓଜନ ହ୍ରାସହାସ କରି ପାରିବେ। ଏମିତି ଏହି କଥା ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଆପଣ ୬ ଘଂଟା ପର୍ଯ୍ୟନ୍ତ ଠିଆ ହେବା ଦ୍ୱାରା ଆପଣଙ୍କର ଓଜନ କମିଯିବ।

ଏକ ଗବେଷଣାରୁ ଜଣାପଡିଛି ଯେ ବସି ରହିବା ତୁଳନାରେ ଠିଆ ହେବା ପ୍ରତ୍ୟେକ ମିନିଟରେ ଅଧିକ ୦.୧୫ କ୍ୟାଲୋରୀ ହ୍ରାସ ପାଇଥାଏ। ଏହି ଗବେଷଣା ମୁତାବକ ଯଦି ୬୫ କିଲୋ ଓଜନର କୌଣସି ବୟସ୍କ ବ୍ୟକ୍ତି ବସିବା ପରିବର୍ତ୍ତେ ଦିନରେ ପାଖାପାଖି ୬ ଘଂଟା ଠିଆ ହୋଇ ରହନ୍ତି ,ତେବେ ତାଙ୍କର ୫୪ କ୍ୟାଲେରୀ ଅଧିକ ହ୍ରାସ ପାଏ ।

ଠିଆ ହେବା ଦ୍ୱାରା କେବଳ କ୍ୟାଲୋରୀ ନଷ୍ଟ ହୋଇନଥାଏ, ଏହା ସହ ମାଂସପେଶୀର କାର୍ଯ୍ୟକ୍ଷମତା, ହୃଦଘାତ , ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ୍ କରିଥାଏ । ତେଣୁ ଠିଆ ହେବାର ଫାଇଦା କେବଳ ଓଜନ ନିୟନ୍ତ୍ରଣ ସୀମିତ ରହି ନାହିଁ ବୋଲି ପ୍ରଫେସର ଲୋପେଜ୍ କହିଛନ୍ତି।

ପଢନ୍ତୁ;

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ