LIFESTYLE

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ପେଟ ବଢିଯାଉଛି, ଏପରିକି ପେଟରେ ଚର୍ବି ହୋଇଯାଇଛି, ଏମିତିକା କଥା ଆମେ ପ୍ରତିଦିନ ଶୁଣୁଛୁ । କେହି କେହି କହନ୍ତି ଯେ ମୋର ପେଟ ବଡ ହୋଇ ଯାଉଥିବା ହେତୁ ମୋଟା / ମୋଟି ଦିଶୁଛି । ଯଦି ଏଭଳି ଅବସ୍ଥାର ଶିକାର ହୋଇଛନ୍ତି, ତେବେ ଏକ ସାଧାରଣ ଉପାୟ ଦ୍ୱାରା ଆପଣ ନିଜ ସମସ୍ୟାର ସମାଧାନ କରି ପାରିବେ ।
ଏହାର ସରଳ ଉପାୟ ହେଲା ନିଜର ପାକସ୍ଥଳୀ ର ମସାଜ୍‌ କରିବା । ଏହା କରି ପାରିଲେ କେବଳ ଯେ ଜଣଙ୍କର ମୋଟାପା ହ୍ରାସ ହେବ, ତା’ ନୁହେଁ, ବରଂ ଆପଣଙ୍କର ହୃଦ୍‌ଜନିତ ସମସ୍ୟା ବି ଦୂରୀଭୂତ ହୋଇଥାଏ । ସେହିପରି କୋଲେଷ୍ଟ୍ରୋଲ୍‌ ଓ ଉଚ୍ଚ ରକ୍ତଚାପଜନିତ ସମସ୍ୟାରୁ ବି ନିଜକୁ ଦୂର ରଖି ହେବ । ଏହା ଆପଣଙ୍କର ହଜମ ବ୍ୟବସ୍ଥା ଓ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ମଧ୍ୟ ସନ୍ତୁଳିତ କରିଥାଏ ।

ବେଳେ ବେଳେ ଦେଖା ଯାଏ ଖାଇସାରି ପାଣି ପିଇଥାଉ ।ଏମିତି କରିବା ଦ୍ଵାରା ଆମର ପେଟ ବଢି ଥାଏ ତେଣୁ ଖାଇ ସାରି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ ,ଖାଇବାର କିଛି ସମୟ ପରେ ପାଣି ପିଅନ୍ତୁ । ଏକାଥରେ ନ ଖାଇ ଅଳ୍ପ ଅଳ୍ପ କରି ଖାଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ପେଟରେ ଚର୍ବି ହେବ ନାହିଁ ।

ପ୍ରଥମେ ନିଜ ପିଠି ଭୂମି ଆଡକୁ ରଖି ଶୁଅନ୍ତି । ତା’ପରେ ନିଜର ହାତକୁ ମାଲିସ କରନ୍ତୁ, ଯେ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ଉତ୍ତପ୍ତ ହୋଇ ନଥାଏ । ତା’ପରେ ନିଜର ହାତକୁ ପେଟର ନାଭି ପାଖକୁ ଆଣନ୍ତୁ । ସେଠାରେ ଗୋଲାକାର ଭାବେ ନିଜର ହାତ ଘଷନ୍ତୁ । ତା’ପରେ ପେଟ ଉପରେ ଚାପ ଦିଅନ୍ତୁ । ମନେ ରଖନ୍ତୁ ହାତର ଗରମ ଯେପରି ନ ଛାଡ଼େ । ପାଖାପାଖି ଦୁଇ ମିିନିଟ୍‌ ଯାଏଁ ପ୍ରାୟ ୪୦ ରୁ ୫୦ ଟି ବୃତ୍ତ କରି ହାତକୁ ବୁଲାନ୍ତୁ । ଏପରିକି ନିୟମିତ ଅଭ୍ୟାସ କରିଲେ, ଆପଣଙ୍କ ପେଟର ଚର୍ବି କମିଯିବ। ନିୟମିତ ବାୟାମ କରନ୍ତୁ ଓ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ ।

ପଢନ୍ତୁ ;

ଆପଣଙ୍କୁ ରାତିରେ ନିଦ ହଉ ନାହିଁ କି ?ଆସନ୍ତି ଜାଣିବା ଏହାର ୭ଟି କାରଣ

Related posts

ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦିକୁ କାହିଁକି ପିନ୍ଧାଯାଏ ? ଜାଣନ୍ତୁ ଏହାର କାରଣ

ENO Beuro

ଏହି ଧରଣର ଲୋକଙ୍କୁ କରନ୍ତୁ ନାହିଁ ବିଶ୍ୱାସ? ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ENO Beuro

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More