LIFESTYLE

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ବେଲପଣା ?

ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ସମସ୍ତେ ପ୍ରାୟତଃ ବେଲରେ ପଣା ତିଆରି  କରିଥାନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଦେଇଥାଆନ୍ତି । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ବିପୁଳ ମାତ୍ରାରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ତେବେ ଆସନ୍ତୁ ଜାଣିବା ଘରେ କିପରି ସ୍ୱାଦିଷ୍ଟ ବେଲ ପଣା ତିଆରି କରି ହେବ ?

ଆବଶ୍ୟକୀୟ ସାମଗ୍ରୀ :-

ଗୋଟିଏ ବଡ଼ ବେଲ
୨-୪ଟି ପାଚିଲା କଦଳୀ
ଏକ କପ୍ କଟା ଆମ୍ବ ଖଣ୍ଡ
ଏକ କପ୍ ମହୁ
ଅଧ କପ ଦହି
୨୦୦ ଗ୍ରାମ୍ ଚିନି ବା ଗୁଡ଼
ଏକ କପ୍ ଚିପୁଡ଼ା ଛେନା
୨ଟି ଗୁଜୁରାତି
ଅଳ୍ପ କାଜୁବାଦାମ
ଏକ କପ୍ ନଡ଼ିଆ କୋରା
ଏକ ଚାମଚ ଗୋଲମରିଚ ଗୁଣ୍ଡ ।

ପ୍ରଣାଳୀ :-

ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ ଉକ୍ତ ବେଲ କୋରା, ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ମିକ୍ସରରେ ଗ୍ରାଇଣ୍ଡ୍ କରି ଦିଅନ୍ତୁ ।

ତା’ପରେ ତା’କୁ ଛାଣି ଗ୍ଲାସରେ ଭର୍ତ୍ତି କରନ୍ତୁ । ତା’ଉପରେ ନଡ଼ିଆ କୋରା, କାଜୁ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏବେ ବେଲ ପଣା ପ୍ରସ୍ତୁତ ହୋଇଗଲା । ଏବେ ତାକୁ ପରିବେଷଣ କରନ୍ତୁ । ଆପଣ ଚାହିଁଲେ ତା’ଉପରେ ରାବିଡ଼ି ବି ଦେଇପାରନ୍ତି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

ENO Beuro

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment