• Home
  • Recipes & Food
  • ଘରେ ପ୍ରସ୍ତୁତ କରନ୍ତୁ ବନ୍ଧା କୋବି ଆଚାର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
Recipes & Food

ଘରେ ପ୍ରସ୍ତୁତ କରନ୍ତୁ ବନ୍ଧା କୋବି ଆଚାର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ବନ୍ଧାକୋବି ଗୋଟିଏ, ତେନ୍ତୁଳି, ଲୁଣ, ହଳଦୀ, ସୋରିଷ, ରିଫାଇନ୍ ତେଲ, ମେଥି, ଲଙ୍କା ଗୁଣ୍ଡ, ଶୁଖିଲା ଲଙ୍କା ଓ ହେଙ୍ଗୁ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବନ୍ଧା କୋବିର ୩/୪ଟି ପତ୍ର କାଢ଼ି ଦିଅନ୍ତୁ। ସେଗୁଡ଼ିକୁ ବ୍ୟବହାର ହେବ ନାହିଁ। ଏବେ କୋବିକୁ ଚୂନା ଚୂନା କରି କାଟି ଦିଅନ୍ତୁ। ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା

ପରେ ଏହାକୁ ତେନ୍ତୁଳି ସହ ବାଟି ଦିଅନ୍ତୁ। ବାଟଣାରେ ଅଳ୍ପ ଲଙ୍କା ଗୁଣ୍ଡ ମିଶାନ୍ତୁ। ବର୍ତ୍ତମାନ ଏକ ଚାମଚ ସୋରିଷ, ଏକ ଚାମଚ ମେଥି ଓ ହେଙ୍ଗୁକୁ ଭାଜି ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡକୁ ମଧ୍ୟ ବନ୍ଧାକୋବି ବାଟଣାରେ ମିଶାନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ। ସୋରିଷ ଫୁଟିଲେ କଡ଼େଇକୁ ତଳକୁ ଓହ୍ଲାଇ ଥଣ୍ଡା କରି ନିଅନ୍ତୁ। ତା’ପରେ ଏହାକୁ ବନ୍ଧାକୋବି ବଟାରେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ଆଚାର। ଏହା ଦୁଇ ମାସ ପର୍ଯ୍ୟନ୍ତ ରହିବ।

ଘରେ ପ୍ରସ୍ତୁତ କରନ୍ତୁ ବନ୍ଧା କୋବି ଆଚାର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ cabbage pickle

ପଢନ୍ତୁ; କାକୁଡି ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

Related posts

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

Krishna Kumar Manoj

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Krishna Kumar Manoj

ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More