Recipes & Food

ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ରାଭିଓଲି !

ଛୋଟରୁ ବଡ ସମସ୍ତଙ୍କ ପ୍ରିୟ ଚକୋଲେଟ୍‌ । ସମସ୍ତେ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି । ଚକୋଲେଟ୍‌ ରାଭିଓଲିକୁ ଆପଣ ଜନ୍ମଦିନ ପାର୍ଟି, ଫ୍ୟାମିଲ ଗେଟ୍‌ ଟୁଗେଦର କିମ୍ବା ଅନ୍ୟ କୌଣସି ବିଶେଷ ଅବସରରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହି ସୁଆଦିଆ ଡେଜର୍ଟ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ।

ଆବଶ୍ୟକ ସାମଗ୍ରୀ :-

୧ କପ୍‌ କୋକୋ ପାଉଡର, ୨ କପ୍‌ ଅଟା, ୪ଟି ଅଣ୍ଡା, ୨୦ ମିଲି ଅଲିଭ୍‌ ଅଏଲ, ୨୦ ଗ୍ରାମ୍‌ ଆପ୍ରିକୋଟ୍‌, ୧୦ ଗ୍ରାମ୍‌ ପାଇନ୍‌ ନଟ୍‌, ୫୦ ଗ୍ରାମ୍‌ ପନୀର‌, ୨୦ ଗ୍ରାମ୍‌ ଶୁଖିଲା ଟମାଟୋ, ୧ ଚାମଚ ତୁଳସୀ ପତ୍ର ଗୁଣ୍ଡ, ୩୦୦ ମିଲି ହେଭି କ୍ରୀମ୍‌, ୬ ସ୍କୁପ୍‌ ଭାନିଲା ଆଇସ୍‌କ୍ରୀମ୍‌, ସଜାଇବା ଲାଗି ୨ ଚାମଚ ଚକୋଲେଟ୍‌ ସସ୍‌ ।

ପ୍ରଣାଳୀ :-

ଏକ ବଡ଼ ପାତ୍ରରେ ଅଟା, କୋକୋ ପାଉଡର ଏବଂ ଅଲିଭ୍‌ ଅଏଲ ନେଇ ଭଲ ଭାବେ ମିଶ୍ରଣ କରନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଭଲ ଭାବେ ଫେଣ୍ଟି ଏହାକୁ ଅଟା ଥିବା ପାତ୍ରରେ ଢାଳନ୍ତୁ । ଏହାକୁ ଭଲ ଭାବେ ଚକଟନ୍ତୁ। ଏହି ଚକଟା ଅଟାକୁ କୌଣସି ଥଣ୍ଡା ସ୍ଥାନରେ କିଛି ସମୟ ରଖନ୍ତୁ । ପରେ ଏହି ଅଟାକୁ ବେଲି ପତଳା ସିଟ୍‌ ତିଆରି କରନ୍ତୁ ।

ଏହା ଭିତରେ ଭରିବା ପାଇଁ ପ୍ରଥମେ ଆପ୍ରିକୋଟ୍‌ ଏବଂ ଶୁଖିଲା ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ । ଏଥିରେ ଭଜା ପାଇନ୍‌ ନଟ୍‌, ପନୀର ଏବଂ ତୁଳସୀ ପତ୍ର ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ଏହାକୁ ଅଟାରେ ତିଆରି ହୋଇଥିବା ସିଟ୍‌ସରେ ରଖି ନିଜ ପସନ୍ଦର ଶେପ୍‌ରେ ରାବିଓଲି ତିଆରି କରନ୍ତୁ । ଏବେ ଏହାକୁ ହାଲୁକା ଭାବେ କିଛି ସମୟ ପାଇଁ ପାଣିରେ ସିଝାନ୍ତୁ। ମନେରଖନ୍ତୁ ଏହା ଯେପରି ବେଶୀ ନ ସିଝେ । ଏହାକୁ ପାଣିରୁ ବାହାର କରି କିଛି ସମୟ ପାଇଁ ଘୋଡ଼ାଇ ରଖନ୍ତୁ।

ସସ୍‌ ତିଆରି କରିବା ପାଇଁ ପ୍ରଥମେ ଡବଲ ବଏଲରରେ କ୍ରୀମ୍‌ ରଖି ଗରମ କରନ୍ତୁ । ପରେ ଏଥିରେ ଚକୋଲେଟ୍‌ ସସ୍‌ ଢାଳନ୍ତୁ । ଉକ୍ତ ପ୍ୟାନ୍‌ରେ ତିଆରି କରି ରଖିଥିବା ରାଭିଓଲି ପକାଇ ଏହା ନରମ ହେବା ଯାଏଁ ସିଝାନ୍ତୁ । ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ ରାଭିଓଲି। ଭାନିଲା ଆଇସ୍‌କ୍ରୀମ୍‌ ସହିତ ତୁରନ୍ତ ଗରମ ଗରମ ପରଷନ୍ତୁ ।

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅଟା ହଲୱା। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଘରେ ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ ‘ବେସନ ଟୋଷ୍ଟ’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବଟର୍‌ ଚିକେନ୍‌‘

ENO Beuro

Leave a Comment