ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌

ଖାଇ ବସିଲେ ପେଟ ବଢେ। ସାଧାରଣତଃ ଖାଇସାରି ଅଫିସ୍‌ରେ ବସିକରି କାମ କରିବା ଫଳରେ ଆମର ପେଟ ବଢ଼ିବାକୁ ଲାଗେ। ତେବେ ଏହି ସମସ୍ୟା ଯୁବକଙ୍କ ଠାରୁ ବରିଷ୍ଠ ବ୍ୟକ୍ତିିଙ୍କ କ୍ଷେତ୍ରରେ ଏକ ସାଧାରଣ ସମସ୍ୟା ହୋଇଗଲାଣି । ତେବେ ପ୍ରତିଦିନ ପିଅନ୍ତୁ  କାକୁଡ଼ି ଓ ଲେମ୍ବୁର ଜୁସ୍‌ ।

ଏଥିପାଇଁ ଲାଭପ୍ରଦ ହେଉଛି କାକୁଡ଼ି ଏବଂ ଲେମ୍ବୁ । ତେବେ କାକୁଡ଼ିର ପ୍ରୟୋଗ ଦ୍ୱାରା ଶରୀରରେ ଚର୍ବି ବଢ଼େ ନାହିଁ,କାହିଁକିନା କାକୁଡ଼ିରେ ୯୫ ପ୍ରତିଶତ ଫାଇବର୍‌ ରହିଥାଏ। ଏଣୁ ଓଜନ ବଢ଼େନାହିଁ ।ଏଥିସହିତ ଏହି କ୍ଷେତ୍ରରେ ଲେମ୍ବୁ ମଧ୍ୟ ପେଟର ଚର୍ବି କମ୍‌ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହି କ୍ଷେତ୍ରରେ ଶୋଇବାର ପୂର୍ବରୁ ପ୍ରତ୍ୟେକ ଦିନ କାକୁଡ଼ି ଓ ଲେମ୍ବୁର ଜୁସ୍‌ ପିଅନ୍ତି । ତେବେ ଏହା ଆପଣଙ୍କ ବୃଦ୍ଧି ପାଉଥିବା ପେଟକୁ ନିଜର ନିୟନ୍ତ୍ରଣରେ ରଖିଥାଏ।

ସାମଗ୍ରୀ :- ୨ଟି କାକୁଡ଼ି,ଦୁଇ ଚାମଚ ଲେମ୍ବୁର ରସ।,ଅଦାର ଛୋଟିଆ ଖଣ୍ଡ ,ଏକ ଛୋଟ ଚାମଚ ଜିରାଗୁଣ୍ଡ ,ତିନିରୁ ଚାରିଟିି ପୋଦିନା ପତ୍ର ,ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ ।

ପ୍ରଥମତଃ ଆପଣ କାକୁଡ଼ିକୁ ଛୋଟ ଛୋଟ କରି କାଟି ଦେଇ ତାହାକୁ ଜୁସର୍‌ରେ ପକାନ୍ତୁ। ଏହାପରେ ଏଥିରେ ଅଦା,ପୋଦିନା ପତ୍ରକୁ ପକାଇ ଦେଇ ଏହାର ଜୁସ୍‌ ପ୍ରସ୍ତୁତ କରନ୍ତୁ।ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ଜୁସ୍‌ରେ ଚିନି,ଲେମ୍ବୁ ରସ, ଜିରାଗୁଣ୍ଡ ଏବଂ ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ ମିଶ୍ରଣ କରନ୍ତୁ । ତେବେ ଏବେ ଆପଣଙ୍କର ଜୁସ୍‌ ପ୍ରସ୍ତୁତ ହୋଇଗଲା,ଯାହାକି ଆପଣ ଚାହିଁଲେ ଫ୍ରିଜ୍‌ରେ ରଖି ମଧ୍ୟ ପିଇ ପାରନ୍ତି ।


ପଢନ୍ତୁ ;

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More