କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

ଅଣ୍ତା ଏକ ପୁଷ୍ଟିସାର ଖାଦ୍ୟ । ସାଧାରଣତଃ ଏହାକୁ ଆମେ ବ୍ରେକ୍‌ଫାଷ୍ଟ୍, ଲଞ୍ଚ୍ କିମ୍ବା ଡିନରରେ ଖାଇଥାଉ ।  ଆଉ ସେ ସବୁ ଆମର ପାରମ୍ପରିକ ଶୈଳୀରେ ତିଆରି ହୋଇଥାଏ ।  କିନ୍ତୁ ଆମେ ଯଦି ଅଣ୍ଡାର ଏହି ଶୈଳୀକୁ ଟିକେ ପରିବର୍ତ୍ତନ କରିବା, ତେବେ ପ୍ରସ୍ତୁତ ହୋଇଯିବ ଅଣ୍ଡା ପନିର । ଏହା ତିଆରି କରିବାକୁ ଯେତିକି ସରଳ, ଖାଇବା ମଧ୍ୟ ସେତିକି ସ୍ବାଦିଷ୍ଟ। ତେବେ ଆସନ୍ତୁ ତିଆରି କରିବା ଅଣ୍ଡା ପନିର ତରକାରୀ ।

ଆବଶ୍ୟକ ସାମଗ୍ରୀ :-

ଅଣ୍ଡା- 3ଟି½ ,ପିଆଜ (କଟା)- 2ଟି ,ଜିରା ଗୁଣ୍ଡ- 1 ଚାମଚ୍ ,ହଳଦୀ ଗୁଣ୍ଡ- ଅଧ ଚାମଚ୍ ,ଗୋଲ ମରିଚ ଗୁଣ୍ଡ- 1 ଚାମଚ୍ ,ଅଦା ରସୁଣ ବଟା- 2 ଚାମଚ୍ ,କଞ୍ଚା ଲଙ୍କା (କଟା)- 2ଟି ,ଟମାଟୋ (କଟା)- 1ଟି ,ଲୁଣ- ସ୍ବାଦାନୁସାରେ , ଗରମ ମସଲା ଗୁଣ୍ଡ- ଅଧ ଚାମଚ୍ ,ତେଲ- ଆବଶ୍ୟକ ମୁତାବକ ,ଧନିଆ ପତ୍ର- ଆବଶ୍ୟକତା ଅନୁସାରେ ।

ପ୍ରଣାଳୀ :-

ଅଣ୍ଡା ପନିର ତରକାରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଣ୍ଡାରୁ ପନିର ତିଆରି କରନ୍ତୁ ।  ଆଉ ଏଥିପାଇଁ ସମସ୍ତ ଅଣ୍ଡାକୁ ଭାଙ୍ଗି ଅଳ୍ପ ହଳଦୀ ଏବଂ ଗୋଲ ମରିଚ ଗୁଣ୍ଡ ଦେଇ ଫେଣ୍ଡନ୍ତୁ ।  ତାପରେ ଗୋଟିଏ ଏୟାର ଟାଇଟ ଟିଫିନ୍ କିମ୍ବା ପଲିଥିନରେ ଏହାକୁ ଭର୍ତ୍ତି କରି ଫୁଟା ପାଣିରେ ସିଝାନ୍ତୁ ।

ପ୍ରାୟ ୫-୭  ମିନିଟ୍ ମଧ୍ୟରେ ଅଣ୍ଡା ସିଝି ଶକ୍ତ ହୋଇ ଆସିବ । ବର୍ତ୍ତମାନ ଟିଫିନକୁ ବାହାରକୁ ବାହାର କରି ଥଣ୍ଡା କରନ୍ତୁ ।  ତାପରେ ପନିର ପରି ଦେଖାଯାଉଥିବା ଏହି ଅଣ୍ଡାକୁ ଖଣ୍ଡ ଖଣ୍ତ କାଟନ୍ତୁ ।

ଏବେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ଏହି ଅଣ୍ଡା ପନିରକୁ ଭାଜନ୍ତୁ । ଦେଖିବେ ତେଲରେ ପଡିବା ମାତ୍ରେ ପନିର ଖଣ୍ଡଟି ଫୁଲିବାକୁ ଲାଗିବ। ଏବେ ଏହାକୁ ଗୋଟିଏ ପ୍ଲେଟରେ ବାହାର କରି ସାଇଡ୍‌ରେ ରଖନ୍ତୁ ।

ସେହି କଡେଇରେ ପୁଣିଥରେ ବଳକା ତେଲକୁ ଗରମ କରନ୍ତୁ । ତେଲ ଗରମ ହୋଇ ଆସିଲେ କଟା ଲଙ୍କା ଏବଂ ପିଆଜ ପକାଇ ଭାଜନ୍ତୁ । ତାପରେ ଅଦା ରସୁଣ ବଟା, ଧନିଆ ଗୁଣ୍ଡ, ଲୁଣ ଏବଂ ହଳଦୀ ପକାଇ ଭଲକରି କଷନ୍ତୁ । ଅଳ୍ପ ସମୟ ପରେ ଏହି ମସଲାରେ ଟମାଟୋ ପକାଇ ଏହା ସିଝିବା ପର୍ଯ୍ୟନ୍ତ କଷନ୍ତୁ ।

ମସଲାରୁ ତେଲ ଛାଡି ଆସିଲେ ସେଥିରେ ଦୁଇ କପ୍ ପାଣି ଦେଇ କଡେଇକୁ ଘୋଡେଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏବେ ଏହି ମସଲା ଗ୍ରେଭିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଣ୍ଡା ପନିର ପକାଇ ପ୍ରାୟ 2-3 ମିନିଟ୍ ଚୁଲିରେ ବସାନ୍ତୁ ।

ତାପରେ ଗ୍ୟାସକୁ ବନ୍ଦ କରି ତରକାରୀ ଉପରେ ଗରମ ମସଲା ଗୁଣ୍ଡ ଏବଂ ଧନିଆ ପତ୍ର ପକାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଜାଇକେଦାର ଏବଂ ମଜାଦାର ଅଣ୍ଡା ପନିର ତରକାରୀ । ଏହାକୁ ଆପଣ ଭାତ କିମ୍ବା ରୁଟି ସାଙ୍ଗରେ ନିଜେ ଖାଆନ୍ତୁ, ଅନ୍ୟକୁ ଖୁଆନ୍ତୁ ।

ପଢନ୍ତୁ ;

ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

ଅଣ୍ଡା ପନିର ତରକାରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଣ୍ଡାରୁ ପନିର ତିଆରି କରନ୍ତୁ - 90%

90%

ଏବେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ଏହି ଅଣ୍ଡା ପନିରକୁ ଭାଜନ୍ତୁ - 88%

88%
89%

Very Good!

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

ଅଣ୍ତା ଏକ ପୁଷ୍ଟିସାର ଖାଦ୍ୟ । ସାଧାରଣତଃ ଏହାକୁ ଆମେ ବ୍ରେକ୍‌ଫାଷ୍ଟ୍, ଲଞ୍ଚ୍ କିମ୍ବା ଡିନରରେ ଖାଇଥାଉ ।  ଆଉ ସେ ସବୁ ଆମର ପାରମ୍ପରିକ ଶୈଳୀରେ ତିଆରି ହୋଇଥାଏ ।  କିନ୍ତୁ ଆମେ ଯଦି ଅଣ୍ଡାର ଏହି ଶୈଳୀକୁ ଟିକେ ପରିବର୍ତ୍ତନ କରିବା, ତେବେ ପ୍ରସ୍ତୁତ ହୋଇଯିବ ଅଣ୍ଡା ପନିର । ଏହା ତିଆରି କରିବାକୁ ଯେତିକି ସରଳ, ଖାଇବା ମଧ୍ୟ ସେତିକି ସ୍ବାଦିଷ୍ଟ। ତେବେ ଆସନ୍ତୁ ତିଆରି କରିବା ଅଣ୍ଡା ପନିର ତରକାରୀ ।

No Votes Yet

You're not rated yet