Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଲେମନ ଚିକେନ

ଆବଶ୍ୟକ ସାମଗ୍ରୀ :-

ଚିକେନ୍- ୨୫୦ ଗ୍ରାମ୍‌, ଗୋଟା ଧନିଆ ୨ ଚାମଚ୍, ହଳଦୀ ୧ଚାମଚ୍, କଞ୍ଚା ଲଙ୍କା ୨ଟା, ରସୁଣ ବଟା ୧ ଚାମଚ୍, ଅଦାକୋରା ଅଧଚାମଚ୍, ପିଆଜ କଟା ୧ଟା, ତେଲ ୨ଚାମଚ, ଭୃସୁଙ୍ଗ ପତ୍ର ଅଳ୍ପ, ଧନିଆ ଗୁଣ୍ଡ ୧ଚାମଚ, ନଡିଆ ରସ ଅଢେଇ କପ୍, ଲେମ୍ବୁ ରସ ୩ ଚାମଚ ଓ ଲୁଣ ସ୍ୱାଦଅନୁସାରେ  ।

ପ୍ରସ୍ତୁତ ପ୍ରଣାଳୀ :-

ଚିକେନରେ ଲୁଣ ଓ ୧ଚାମଚ ଲେମ୍ବୁରସ ଗୋଳେଇ ୧୫ ମିନିଟ୍ ମ୍ୟାରିନେଟ କରି ରଖନ୍ତୁ  । ପ୍ୟାନରେ ୨ଚାମଚ ତେଲ ଗରମ କରି ଭୃସୁଙ୍ଗ ପତ୍ର , କଞ୍ଚାଲଙ୍କା, ରସୁଣ ବଟା, ଅଦା କୋରା, ପିଆଜ କଟା, ଧନିଆ ଓ ହଳଦୀ ବଟା ଦେଇ କଷି ମସଲା ପ୍ରସ୍ତୁତ କରନ୍ତୁ  ।

ଏଥିରେ ମ୍ୟାରିନେଟ୍ ହୋଇଥିବା ଚିକେନ ପକାଇ ଧନିଆ ଗୁଣ୍ଡ ଦେଇ ଟିକେ କଷନ୍ତୁ । ତା’ପରେ କପେ ନଡିଆ କ୍ଷୀର , ୧ଚାମଚ ଲେମ୍ବୁରସ, ବହଳିଆ ନଡ଼ିଆ ରସ ଅଧ କପ୍  ପକାନ୍ତୁ । ଏହିପରି ଭାବେ ୧୦ ମିନିଟ୍ ରଖି ଚୁଲା ବନ୍ଦ କରିଦିଅନ୍ତୁ  । ଲେମନ ଚିକେନ ପ୍ରସ୍ତୁତ ହୋଇଗଲା ପରେ ଗରମ ଗରମ ରୁଟି ବା ନାନ୍ ସହିତ ଖାଆନ୍ତୁ  ।

ଘରେ ପ୍ରସ୍ତୁତ କରନ୍ତୁ ଲେମନ ଚିକେନ maxresdefault 1

ପଢନ୍ତୁ ;

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

Related posts

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More