Recipes & Food

ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

ସମସ୍ତେ ମିଠା ଖାଇବାକୁ ଭଲ ପାଆନ୍ତି । କୌଣସି ଶୁଭ ଖବର ହଉ କିମ୍ବା କୌଣସି ବାହାଘର ହଉ ମିଠା ସମସ୍ତେ ଖାଇ ଥାଆନ୍ତି । ଏମିତି କି କୌଣସି ବନ୍ଧୁ ଘର ଗଲେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଗଲେ ମିଠା ନେଇ ଯାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ କେମିତି ରସାବଳୀ ତିଆରି କରିବେ । ତେବେ ଆସନ୍ତୁ ଜାଣିବା ନିଜେ ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ?

ଆବଶ୍ୟକ ସାମଗ୍ରୀ :-

ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ

ପ୍ରଣାଳୀ :-

ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ ।

ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ । କିଛି ସମୟ ପରେ ଏଥିରେ କେଶର ଓ ଗୁଜୁରାତି ପକାଇ ଭଲ ଭାବେ ଫୁଟାନ୍ତୁ । ଏହା ଭଲଭାବେ ଫୁଟିଗଲା ପରେ ବର୍ତ୍ତମାନ ଏଥିରେ ଚିନି ପକାଇ ୮ ରୁ ୧୦ ମିନିଟ ଯାଏଁ କମ୍ ଆଞ୍ଚରେ ବସାନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ବା ଘିଅ ଗରମ କରି ସେଥିରେ ଛେନା ଗୁଳାକୁ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ ।

ପରେ ଏହି ଛେନା ଭଜା ଗୁଡ଼ିକୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଥଣ୍ଡା ହୋଇଗଲେ ଏଥିରେ କାଜୁ ଓ ପେସ୍ତା ପକାଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ରସାବଳୀ ।

ପଢନ୍ତୁ ;

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

Related posts

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ରୋହି ମାଛ ଆମ୍ୱିଳ। ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ପଞ୍ଜାବୀ କ୍ରିମି ଚିକେନ୍‌’

Ratnamani Moharana

1 comment

Leave a Comment