Recipes & Food

ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

By Krishna Kumar Manoj

April 17, 2018

ସମସ୍ତେ ମିଠା ଖାଇବାକୁ ଭଲ ପାଆନ୍ତି । କୌଣସି ଶୁଭ ଖବର ହଉ କିମ୍ବା କୌଣସି ବାହାଘର ହଉ ମିଠା ସମସ୍ତେ ଖାଇ ଥାଆନ୍ତି । ଏମିତି କି କୌଣସି ବନ୍ଧୁ ଘର ଗଲେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଗଲେ ମିଠା ନେଇ ଯାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ କେମିତି ରସାବଳୀ ତିଆରି କରିବେ । ତେବେ ଆସନ୍ତୁ ଜାଣିବା ନିଜେ ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ?

ଆବଶ୍ୟକ ସାମଗ୍ରୀ :-

ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ

ପ୍ରଣାଳୀ :-

ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ ।

ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ । କିଛି ସମୟ ପରେ ଏଥିରେ କେଶର ଓ ଗୁଜୁରାତି ପକାଇ ଭଲ ଭାବେ ଫୁଟାନ୍ତୁ । ଏହା ଭଲଭାବେ ଫୁଟିଗଲା ପରେ ବର୍ତ୍ତମାନ ଏଥିରେ ଚିନି ପକାଇ ୮ ରୁ ୧୦ ମିନିଟ ଯାଏଁ କମ୍ ଆଞ୍ଚରେ ବସାନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ବା ଘିଅ ଗରମ କରି ସେଥିରେ ଛେନା ଗୁଳାକୁ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ ।

ପରେ ଏହି ଛେନା ଭଜା ଗୁଡ଼ିକୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଥଣ୍ଡା ହୋଇଗଲେ ଏଥିରେ କାଜୁ ଓ ପେସ୍ତା ପକାଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ରସାବଳୀ ।

ପଢନ୍ତୁ ;

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?