Loading...

ଆସନ୍ତୁ ଆଜି ପ୍ରସ୍ତୁତ କରିବା କଞ୍ଚା କଦଳୀରୁ ପ୍ରସ୍ତୁତ "କଦଳୀ ଚିପ୍ସ"

ଆସନ୍ତୁ ଆଜି ପ୍ରସ୍ତୁତ କରିବା କଞ୍ଚା କଦଳୀରୁ ପ୍ରସ୍ତୁତ "କଦଳୀ ଚିପ୍ସ"

କଞ୍ଚା କଦଳୀରେ ରହିଛି ଭରପୂର ଭିଟାମିନ୍ ଏବଂ ପ୍ରୋଟିନ୍। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଉପକାରୀ। ତେବେ କଞ୍ଚା କଦଳୀକୁ ଭଜା ବା ତରକାରୀ ବ୍ୟତୀତ ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।

କଞ୍ଚା କଦଳୀରେ ରହିଛି ଭରପୂର ଭିଟାମିନ୍ ଏବଂ ପ୍ରୋଟିନ୍। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଉପକାରୀ। ତେବେ କଞ୍ଚା କଦଳୀକୁ ଭଜା ବା ତରକାରୀ ବ୍ୟତୀତ ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ। ଆଜି ଆମେ ଆପଣଙ୍କୁ କହିବୁ କିପରି ତିଆରି କରିବେ କଞ୍ଚା କଦଳୀ ଚିପ୍ସ। ଏହା ତିଆରି କରିବାକୁ ଅତି ସୁବିଧା ଏବଂ ଖାଇବାକୁ ମଧ୍ୟ ସୁଆଦିଆ। ଏହାକୁ ଆପଣ ବ୍ରତ ଉପବାସରେ ମଧ୍ୟ ଖାଇପାରିବେ।

ଆବଶ୍ୟକୀୟ ସାମଗ୍ରୀ– କଞ୍ଚା କଦଳୀ ଛଅଟି, ସୈନ୍ଧବ ଲବଣ ବା ସାଧା ଓ ବିଟ୍ ଲୁଣ ଅଧା ଚାମଚ, ଜିରା ପାଉଡର ଅଧା ଚାମଚ, ଚେଲ

ପ୍ରସ୍ତୁତି ପ୍ରଣାଳୀ-

-ପ୍ରଥମେ କଞ୍ଚା କଦଳୀକୁ ଭଲଭାବରେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ। ଏହାପରେ ଏବାକୁ ସରୁ ସରୁ କରି କାଟି ଦିଅନ୍ତୁ।

-ଏବେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ହୋଇଥିବା କଦଳୀ ପକାଇ ଛାଣନ୍ତୁ।

-ଡିପ୍ ଫ୍ରାଏ କରିବା ପରେ ଏହାକୁ ଆଲୁମିନିୟମ ଫଏଲ୍ ପେପରରେ ବାହାର କରଦିଅନ୍ତୁ।

-ଏହା ଉପରେ ସୈନ୍ଧବ ଲୁଣ ଏବଂ ଜିରା ପାଉଡର ପକାଇ ଦିଅନ୍ତୁ।

-ପ୍ରସ୍ତୁତ ହୋଇଗଲା କଞ୍ଚା କଦଳୀ ଚିପ୍ସ।

-ଏହାକୁ ଆପଣ କୌଣସି ପାତ୍ରରେ ବନ୍ଦ କରି ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ରଖିପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.