LIFESTYLE

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

ଗୋଲାପି ଓ ଉଜ୍ଵଳ ତ୍ଵଚା ପାଇଁ ଲହନ୍ତୁ ବିଟ୍ ଫେସପ୍ୟାକ

ସୌନ୍ଦର୍ଯ୍ୟ ପାଇଁ ଆମେ ଅନେକ ପ୍ରକାର ପନିପରିବା ଓ ଫଳର ବ୍ୟବହାର କରିଥାଉ । ବିଟ୍ ତ୍ଵଚା ପାଇଁ ବହୁତ ଉପଯୋଗୀ । ବିଟ୍ ଫେସପ୍ୟାକକୁ ତ୍ୱଚାରେ ଲଗାଇବା ଦ୍ୱାରା ଅନେକ ଲାଭ ମଧ୍ୟ  ମିଳିଥାଏ । ଏହା ଦ୍ଵାରା ତ୍ଵଚା ଉଜ୍ଵଳ ଓ ଗୋଲାପି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କରିବା ବିଟ୍ ଫେସପ୍ୟାକ ।

ପ୍ରଥମେ ବିଟ୍ କୁ କୋରି(ଗ୍ରେଟେଡ୍) ସେଥିରୁ ଜୁସ୍ ବାହାର କରି ୨ ଚାମଚ ନିଅନ୍ତୁ । ଦହି ନେଇ ଏକ କପାଡା ସାହାର୍ଯ୍ୟରେ ସେଥିରୁ ପାଣି ବାହାର କରି ଦିଅନ୍ତୁ ଏବଂ ମୋଟାକୁ ବିଟ୍ ଜୁସରେ ମିଶାନ୍ତୁ । ଏବେ ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ ମିଶାଇ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ ।

ମୁହଁକୁ ଭଲ ଭାବରେ ସଫା କରି ବା ଧୋଇ ଏହି ପ୍ୟାକ୍ କୁ ଲଗାନ୍ତୁ। ବେକ ଓ ହାତରେ  ମଧ୍ୟ ଏହି ପ୍ୟାକକୁ ଲଗାଇବେ । ପ୍ୟାକ୍ ଲଗାଇବାର ୧୫ ମିନିଟ୍ ପରେ ନଖ ଉଷୁମ ପାଣି ବା ଖାଲି ପାଣିରେ ଧୋଇ ହୋଇ ପଡିବେ । ଦେଖିବେ ଆପଣଙ୍କ ତ୍ଵଚା ସାଙ୍ଗେ ସାଙ୍ଗେ ଗୋଲାପି ରଙ୍ଗ ସହ ଉଜ୍ଵଳ ଦେଖାଯିବ।ଏହି ପରି ୭ରୁ ୮ ଥର କରିବା ପରେ ନଜି ଚେହେରାରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିପାରିବେ । ତେବେ ଆପଣ  ବିଟ୍ ଜୁସକୁ ବରଫ କରି ମୁହଁରେ ଲଗାଇ ପାରିବେ । ଏହା ଖରା ଦିନେ ସନ୍ ଟ୍ୟାନରୁ ରକ୍ଷା କରେ ।


ପଢନ୍ତୁ ;

ଏହି ଧାରାବାହିକରେ ନଜର ଆସିବେ ଲୋକପ୍ରିୟ ନାୟକ ଋଷି

Related posts

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ

ENO Beuro

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ENO Beuro

କେଉଁ ବୃତ୍ତିର ପୁରୁଷଙ୍କୁ ବିବାହ କରିବାକୁ ମହିଳାମାନେ ଅଧିକ ଆକୃଷ୍ଟ ହୋଇଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More