LIFESTYLE

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି

ଆପଣ ଆଜି ଯାଏଁ ବିସ୍କୁଟକୁ ଚା ସହିତ ଖାଇଛନ୍ତି , ହେଲେ ଆପଣ କେବେ ଭାବିଛନ୍ତି କି ବିସ୍କୁଟ କ୍ଷୀରି ତିଆରି ହୁଏ । ଯଦି ଆପଣ ଜାଣି ନାହାନ୍ତି ତାହା ହେଲେ ଆଜି ଆପଣଙ୍କୁ ବିସ୍କୁଟରେ କ୍ଷୀରି କେମିତି ହୁଏ ଜଣାଇବୁ। ଏହି ସ୍ୱାଦିଷ୍ଟ କ୍ଷୀରିକୁ ନିଜ ଘରେ ଆରାମରେ ତିଆରି କରିପାରିବେ । ବିସ୍କୁଟ୍ କ୍ଷୀରି ତିଆରି କରିବା ପାଇଁ ବେଶି ସମୟ ଲାଗି ନଥାଏ । ଏଥିପାଇଁ ଆପଣଙ୍କୁ ଏକ ପକେଟ ବିସ୍କୁଟ୍ ଦରକାର ଯାହାକି କିଛି ମାତ୍ରାରେ ଲୁଣିଆ ହୋଇଥିବା ଦରକାର । ବିସ୍କୁଟର ଖଣ୍ଡକୁ କ୍ଷୀରରେ ମିଶାଇ କି ଖିରି ତିଆର କରନ୍ତୁ । ଆଜି ହିଁ ଘର ଲୋକଙ୍କୁ ଓ ପିଲାଙ୍କୁ ସ୍ୱାଦିଷ୍ଟ କ୍ଷୀରି ତିଆରି କରି ଖୁଆନ୍ତୁ ଏବଂ ଏହାର ସ୍ଵାଦର ମଜା ନିଅନ୍ତୁ।

ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି-

ବିସ୍କୁଟ କ୍ଷୀରି ତିଆରି ପାଇଁ ଆବଶ୍ୟକ ସାମଗ୍ରୀ-

  • କ୍ଷୀର- ୧ ଲିଟର
  • ଯେ କୌଣସି ବି ବିସ୍କୁଟ ହୋଇପାରେ – ବିସ୍କୁଟ ଗୁଣ୍ଡ ୧କପ୍
  •  ଚିନି – ୩/୪ କପ୍
  • ଭଜା କାଜୁ – ଏକ ଚାମଚ୍
  •  ଛୋଟ ଗୁଜୁରାତି ପାଉଡର – ୧/୪ଚାମଚ୍

ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ –

କ୍ଷୀରକୁ ଏକ ପାତ୍ରରେ ରଖି ଗ୍ୟାସରେ ବସେଇ ଗରମ କରନ୍ତୁ । କ୍ଷୀର ଫୁଟିବା ପରେ ଗ୍ୟାସ୍ କମ୍ କରି ମଝିରେ ମଝିରେ ଚଲାନ୍ତୁ କାରଣ କ୍ଷୀର ଯେମିତି ତଳେ ଲାଗି ନ ଯିବ। ଏହି ସମୟରେ ବିସ୍କୁଟକୁ ଚୁରା କରି ରଖନ୍ତୁ । କ୍ଷୀର ଫୁଟି ଅଧା ହେବା ସମୟରେ ଏଥିରେ ଚିନି ଢାଳନ୍ତୁ । ଚିନି ମିଶିଯିବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ଖିରିରେ ବିସ୍କୁଟର ଗୁଣ୍ଡକୁ ଢାଳିକି ଠିକ୍ ଭାବେ ଗୋଳାନ୍ତୁ ଓ ଧ୍ୟାନ ରଖନ୍ତୁ ଏଥିରେ ଯେମିତି ଗୋଟା ଗୋଟା ବିସ୍କୁଟ ରହିନଯାଏ । ବିସ୍କୁଟକୁ ଠିକ୍ ଭାବେ ମିଶେଇବା ପରେ ଏଥିରେ ଡାଳଚିନି ଢାଳନ୍ତୁ । ଏହାପରେ କାଜୁକୁ ଅଳ୍ପ ଘିଅରେ ଭାଜନ୍ତୁ ଓ କ୍ଷୀରି ଉପରେ ସଜାଇ ଗରମ ବା ଥଣ୍ଡା କରି ନିଜ ପସନ୍ଦର ଖାଆନ୍ତୁ । ଏବଂ  ଆପଣ ଚାହିଁବେ ତ ନିଜ ପସନ୍ଦ ଅନୁସାରେ ବାଦାମ ବା ପିସ୍ତା ମଧ୍ୟ ଦେଇପାରେ । କ୍ଷୀରିରେ ବିସ୍କୁଟ ଦେବାପରେ ଫୁଟାନ୍ତୁ ନାହିଁ ।

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି biscuits kheer

ପଢନ୍ତୁ ;

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କାହାର ଆବଶ୍ୟକତା ରହିଛି ? ଆସନ୍ତୁ ଜାଣିବା-

Related posts

ଆମେ ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ଯାହା ବିଦେଶରୁ ଆସିଛି

ENO Beuro

ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ ଘିକୁଆଁରି! ଆସନ୍ତୁ ଜାଣିବା ଏହାର ଅନେକ ଉପକାରୀ ଗୁଣ ସମ୍ପର୍କରେ

ENO Beuro

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More