LIFESTYLE

କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି କି? ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ

ସରକାରୀ ଚାକିରି ପାଇଁ ବହୁତ ପୋଷ୍ଟ ବାହାରୁଛି । ଏଥିପାଇଁ ଅନେକ ପ୍ରସ୍ତୁତ ହେଉଛନ୍ତି ଏବୋଂ ପରୀକ୍ଷା ମଧ୍ୟ ଦେଉଛନ୍ତି । କିନ୍ତୁ ବହୁ ପରୀକ୍ଷାର୍ଥୀ ନିଶ୍ଚିତ ଭାବରେ ଚିନ୍ତାରେ ଥିବେ ଯେ କେମିତି ଏବଂ କଣ କରିବେ । କାରଣ ଯେତେ ପ୍ରସ୍ତୁତ ହେଲେ ମଧ୍ୟ ନର୍ଭସ ସମସ୍ତେ । ତେଣୁ ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ ।

  • ପରୀକ୍ଷାର୍ଥୀ ମାନେ ପ୍ରଥମେ ଉପଯୁକ୍ତ ପ୍ଲାନ୍ କରି ପଢନ୍ତୁ । କେଉଁ ବିଷୟରେ ଆପଣ ଭଲ ଅଛନ୍ତି ଏବଂ କେଉଁ ବିଷୟରେ ନାହାଁନ୍ତି ତାକୁ ଜାଣନ୍ତୁ ।
  • ଯଦି ପାରୁଛନ୍ତି ସାଙ୍ଗସାଥି ମଧ୍ୟରେ ଆଲୋଚନା କରି ପଢନ୍ତୁ । ଏମିତି ହେଲେ ଜଟିଳ ପ୍ରଶ୍ନର ଉତ୍ତର ସହଜରେ ମନେ ରହିଯାଏ ।
  • ପରୀକ୍ଷାରେ ଦିଆଯାଉଥିବା ନେଗେଟିଭ୍ ନମ୍ବର ପ୍ରତି ସଜାଗ ରୁହନ୍ତୁ । ତରତର ହୋଇ ଭୁଲ୍ ଉତ୍ତର ଦିଅନ୍ତୁ ନାହିଁ । ଉତ୍ତର ନଆସିଲେ ବରଂ ପ୍ରଶ୍ନକୁ ଛାଡି ଦିଅନ୍ତୁ ।
  • ବେଳେ ବେଳେ ଏମିତି କିଛି ପ୍ରଶ୍ନ ଥାଏ ଯାହାକୁ ସମାଧାନ କରିବା ଟିକେ କଷ୍ଟକର ଲାଗେ । ଅନେକ ପରୀକ୍ଷାର୍ଥୀ ଏପରି ପ୍ରଶ୍ନକୁ ସମାଧାନ କରିବା ପାଇଁ ସମୟ ନଷ୍ଟ କରିଦିଅନ୍ତି । ତେବେ ଏପରି ପରିସ୍ଥିତିରେ ଅଧିକ ସମୟ ସେହି ପ୍ରଶ୍ନ ପିଛା ନଲଗାଇ ଅଲଗା ପ୍ରଶ୍ନର ଉତ୍ତର ଦିଅନ୍ତୁ ।
  • ୧୦୦ଟି ପ୍ରଶ୍ନ ପାଇଁ ଥାଏ ମାତ୍ର ୬୦ମିନିଟ୍ । ତେଣୁ ଘରେ ବସି ଅଭ୍ୟାସ କରନ୍ତୁ କିପରି ଦିଆ ଯାଇଥିବା ସମୟସୀମା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ ।
  • ଯେହେତୁ ପରୀକ୍ଷା ମୁଣ୍ଡ ଉପରେ ଅଛି ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ନିଜକୁ ସୁସ୍ଥ ରଖନ୍ତୁ । ଅତ୍ୟଧିକ ଟେନସନ୍ ଏବଂ ଚାପରେ ପ୍ରସ୍ତୁତ ହୁଅନ୍ତୁ ନାହିଁ ।

 

  • କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି କି? ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ   କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି କି? ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ

ପଢନ୍ତୁ, ମାଗଣା ଓ ଶସ୍ତା ଯୁଗ ଗଲା, ଏଣିକି ରିଲାଏନ୍‌ସ ଜିଓ ଗ୍ରାହକ ଗଣିବେ ଅଧିକ ଟଙ୍କା

Related posts

ଘର କାମରେ ସାହାଯ୍ୟ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି ?

ENO Beuro

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌, ଦୂର ହେବ ଅନେକ ସମସ୍ୟା

ENO Beuro

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More