Recipes & Food

ଆସନ୍ତୁ ଘରେ ପାଞ୍ଚ ମିନିଟରେ ବନେଇବା “ୟପି ପିଜ୍ଜା”

Yippie pizza

ପିଜ୍ଜା ଛୋଟ ପିଲା ପସନ୍ଦ କରୁଥିବା ଏକ ଖାଦ୍ୟ। ସାଧାରଣତଃ ଛୋଟପିଲା ମାନେ ଏହା ଖାଇବାକୁ  ଜିଦ କରନ୍ତି ହେଲେ ଏହା ଦେବାପୁର୍ବରୁ ଅନେକ ଭାବନ୍ତି ଯେ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେବେ ଆସନ୍ତୁ ଆଜି ପିଲାମାନଙ୍କୁ କରିଦେବା ୟିପି ପିଜ୍ଜା ଯାହା ଛୋଟପିଲାମାନେ ନିଶ୍ଚୟ ପସନ୍ଦ କରିବେ। ଆସନ୍ତୁ ଏହି ପିଜ୍ଜାକୁ ଆଉ ଟିକେ ପୃଷ୍ଟିକର ବନେଇ ପିଲାଙ୍କୁ ଖାଇବାକୁ ଦେବା…

ଆବଶ୍ୟକୀୟ ସାମଗ୍ରୀ

ୟିପି ଗୋଟେ ପକେଟ, ୪ଟି ଅଣ୍ଡା, ଚାଟ ମସଲା, ତେଲ, ଗୋଲମରୀଚ ଗୁଣ୍ଡ, କଟାପିଆଜ, କଟା ଗାଜର, ଧନିଆ ପତ୍ର,, ସିଝା ମିଠାମକା,ଚିଜ, ଲୁଣ

ପ୍ରସ୍ତୁତି  ପ୍ରଣାଳୀ

ପ୍ରଥମେ ୟିପିକୁ ଗରମ ପାଣିରେ ସିଝେଇଦେଇ  ସେଥିରେ ଚାଟ ମସଲା ପକେଇ ଏକ ପାତ୍ରକୁ କାଢି ଦିଅନ୍ତୁ। ତାପରେ କରେଇରେ ଟିକେ ତେଲ ପକେଇ ସେଥିରେ ପିଆଜ କଟା  ଓ କଟାଗାଜର, କଟା ଧନିଆ ପତ୍ର ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ବର୍ତମାନ ସେଥିରେ ୟିପି ପକେଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ୪ଗୋଟି ଅଣ୍ଡା ଭାଙ୍ଗି ସେଥିରେ ଅବଶ୍ୟକୀୟ ଲୁଣ ଓ ଗୋଲମରୀଚ ଗୁଣ୍ଡ ପକେଇ ଗୋଳେଇ ଦିଅନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ୟିପିରେ ଅଣ୍ଡାକୁ ପକେଇ ଗୋଳେଇ ଦେଇ ୮-୯ ମିନିଟ ଘୋଡାଣି ଘୋଡେଇ ଦିଅନ୍ତୁ। ଗୋଟିଏ ପ୍ଳେଟକୁ ବାହାର କରି ଓଲଟାଇ ପୁଣି ତାୱାରେ ପକାଇ ୨ମିନିଟ ଘୋଡାଇ ଦିଅନ୍ତୁ। ଏହାପରେ ଚିଜ ଓ ମିଠାମକା ପକାଇ ୧ ମିନିଟ ଘୋଡାଇ ଦିଅନ୍ତୁ। ଶେଷରେ ପ୍ରସ୍ତୁତ ୟିପିକୁ ପାତ୍ରକୁ କାଢି ପିଜ୍ଜା ଆକାରରେ କାଟି ପରସି ଦିଅନ୍ତୁ ୟିପି ପିଜ୍ଜା ।

pizza

ପଢନ୍ତୁ: ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

Related posts

ଆସନ୍ତୁ ତିଆରି କରିବା ‘ଗୋଟା ବାଇଗଣ ବେସର’

Ratnamani Moharana

ଆସନ୍ତୁ ତିଆରି କରିବା କଦଳୀରେ ପ୍ରସ୍ତୁତ ସ୍ଵାଦିଷ୍ଟ “କଦଳୀ ପୁରି”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

ENO Beuro

Leave a Comment