LIFESTYLE

ଦିନକୁ ଦିନ ବଢୁଛି ଖରା ! ଜାଣିରଖନ୍ତୁ ଗ୍ରୀଷ୍ମ ପ୍ରବାହରୁ ନିଜକୁ କିପରି ସୁସ୍ଥ ରଖିବେ?

ଦିନକୁ ଦିନ ବଢୁଛି  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଏହି ଗ୍ରୀଷ୍ମ ପ୍ରବାହରୁ ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତୁ । ଅଂଶୁଘାତ ହେଉଛି ଖରାଦିନର ପ୍ରମୁଖ ଶାରୀରିକ ସମସ୍ୟା । ତେବେ ଅଂଶୁଘାତରେ ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା ଉଚିତ୍ ।

ଏହା ପୂର୍ବରୁ ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ-

  • ବ୍ୟକ୍ତି ଜଣକ ଯଦି ଅଂଶୁଘାତରେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥାନ୍ତି ବା ପାଣି ପିଇପାରିବା ଅବସ୍ଥାରେ ଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣି ବଦଳରେ ପାଣିରେ ଅଳ୍ପ ପରିମାଣର ଚିନି ଓ ଲୁଣ ମିଶାଇ ମିଇବାକୁ ଦେବେ ।
  • ବ୍ୟକ୍ତିକୁ କୈାଣସି ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ ନାହିଁ । ରୋଗୀର ପାଦ ଓ ହାତକଲୁ ଏପଟ ସେପଟ କରନ୍ତୁ । ଏହାଦ୍ୱାରା ରକ୍ତ ସଂଚାଳନ ଠିକ ରହିବ।
  • ବାରମ୍ବାର ଥଣ୍ଡା ପାଣି ବା ବରଫ ଖଣ୍ଡମାନ ରୋଗୀ ଶରୀରରେ ମାଲିସ୍ କଲେ ତାପମାତ୍ରା ସାଧାରଣ ସ୍ତରକୁ ଆସିଯାଇଥାଏ।
  • ଅଂଶୁଘାତରେ ଅସୁସ୍ଥ ବା ଅଚେତ ହୋଇପଡିଥିବା ବ୍ୟକ୍ତିକୁ ପ୍ରଥମେ ଏକ ଛାଇ ବା ଥଣ୍ଡା ସ୍ଥାନକୁ ନେଇ ଶୁଆଇ ଶୀତଳ ପବନର ବ୍ୟବସ୍ଥା କରିବା ଆବଶ୍ୟକ।
  • ରୋଗୀ ଯଦି ମୋଟା ପୋଷାକ ପିନ୍ଧିଥାଏ ତେବେ ସୂତା ତଥା ଆରାମଦାୟକ ପୋଷାକ ପିନ୍ଧାଇଦିଅନ୍ତୁ । ଏହାପରେ ଓଦା କପଡାରେ ବ୍ୟକ୍ତିଙ୍କ ଶରୀରକୁ ଆରାମ ଦେବାକୁ ଚେଷ୍ଟା କରନ୍ତୁ।
  • ମଧୁମେହ , ରକ୍ତଚାପ ତଥ ହୃଦ୍ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଥିବା ବ୍ୟକ୍ତି ଅଂଶୁଘାତ ପ୍ରତି ବିଶେଷ ସର୍ତକତା ଅବଲମ୍ବନ କରିବା ଆବଶ୍ୟକ।

ପଢନ୍ତୁ ;

ମାଳଦ୍ୱୀପ ସଙ୍କଟ : ନୌସେନା ଓ ଆକାଶ ବାହିନୀକୁ ସଜାଗ ରଖିଛି ଭାରତୀୟ ସେନା

Related posts

ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

ENO Beuro

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

ENO Beuro

ଖରାଦିନେ ପିଅନ୍ତୁ ନାହିଁ ଏହି ସବୁ ପାନୀୟ ,ନଚେତ୍ ହୋଇପାରେ ଅନେକ ସମସ୍ୟା!

ENO Beuro

1 comment

Leave a Comment