Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବସାଦହି ମଟନ୍‌

ପ୍ରାୟତଃ ସମସ୍ତଙ୍କ ପସନ୍ଦ ମଟନ୍‌ । ସମସ୍ତେ ମଟନ୍‌ ଖାଇବାକୁ ଭଲ ପାଇଥାଆନ୍ତି । କିନ୍ତୁ ବହୁତ ଲୋକଙ୍କୁ ଜଣା ନ ଥାଏ ମଟନ୍‌ କିପରି ରାନ୍ଧିବେ । ତେବେ ଆଜି ଆମେ ଅପାଣଙ୍କୁ କହିବୁ କେମିତି ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବସାଦହି ମଟନ୍‌ ? ଏହାକୁ ଆପଣ ଘରେ ପ୍ରସ୍ତୁତ କରି ପାରିବେ ।

ଆବଶ୍ୟକ ସାମଗ୍ରୀ :-

ମଟନ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଲୁଣ, ବସାଦହି, ପାନ ମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଦା ପେଷ୍ଟ, ଲବଙ୍ଗ, ଗୁଜରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ, ଜିରା ପାଉଡର ।

ପ୍ରଣାଳୀ :-

ପ୍ରଥମେ ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ ପକାନ୍ତୁ । ଅଦା ପେଷ୍ଟ ଟିକେ ଲାଲ ହେବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାନ୍ତୁ ।

basadahi

ମସଲା ଟିକେ ଫ୍ରାଏ ହୋଇଯିବା ପରେ ସେଥିରେ ମଟନ୍‌ ପକାଇ କଷନ୍ତୁ । ମଟନ ଅଳ୍ପ କଷି ହେଲା ପରେ ସେଥିରେ ପାନ ମହୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ ।

ତା’ ପରେ ସେଥିରେ ବସାଦହି ପକାଇ ଗୋଳାନ୍ତୁ । ବସାଦହି ଓ ମଟନ କଷି ହୋଇଯିବା ପରେ ସେଥିରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । ମାଂସ ହେଇଯିବା ପରେ ସେଥିରେ ଗୁଜରାତି ଗୁଣ୍ଡ ଓ ଲବଙ୍ଗ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ବସାଦହି ମଟନ୍ ।

ପଢନ୍ତୁ ;

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

Related posts

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ରାଜ୍‌ମା ପଲାଉ

ENO Beuro

Leave a Comment