LIFESTYLE

ଗରମ ଦିନରେ ତ୍ୱଚା ଓ କେସର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା

ସାଧାରଣତଃ ଗରମ ଦିନରେ ବିଭିନ୍ନ ଚର୍ମ ଜନିତ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ । ଅତ୍ୟଧିକ ଗରମ ଯୋଗୁଁ ତ୍ୱଚା ଶୁଷ୍କ ଓ ଜୀବନହୀନ ଦେଖାଯାଇଥାଏ ।

 ତ୍ୱଚା ଓ କେସ ପାଇଁ କିଛି ଟିପ୍ସ

ପ୍ରତିଦିନ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେବାସହ ଏହାକୁ ସଫା ରଖିବା, ମଶ୍ଚରାଇଜିଂ କରିବା ସହ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ । ସବୁଠାରୁ ବଡ କଥା ହେଲା ନିୟମିତ ଭାବରେ ସନସ୍କ୍ରିନ ଲୋସନ ବ୍ୟବହାର କରିବାକୁ ମଧ୍ୟ ପଡିଥାଏ ।

ଗରମ ଦିନରେ ସ୍କ୍ରବ କରିବା ଉଚିତ । ଶୁଷ୍କ ତଥା ମୃତ କୋଷିକାକୁ ତ୍ୱଚାରୁ ହଟାଇବା ପାଇଁ ସ୍କ୍ରବ କରିବା ଜରୁରୀ । ଏହାଦ୍ୱାରା ତ୍ୱଚାର ମୃତ କୋଷିକାଗୁଡିକ ବାହାରି ଯାଇଥାଏ । ଏବଂ ରକ୍ତ ସଂଚାର ଭଲଭାବରେ ହୋଇ ପାରିଥାଏ । ଏଥିପାଇଁ ତ୍ୱଚାକୁ ଧିରେ ଧିରେ ସ୍କ୍ରବ କରନ୍ତୁ ଓ ଏହା ଶୁଖି ଗଲା ପରେ ଥଣ୍ଡା ପାଣିରେ ଭଲଭାବରେ ଧୋଇ ଦେବା ସହ ମଶ୍ଚରାଇଜର ଲଗାଇ ଦିଅନ୍ତୁ ।

ପଦାକୁ ବାହାରିବାର ପ୍ରାୟ ୨୦-୩୦ ମିନିଟ ପୂର୍ବରୁ ସନସ୍କ୍ରିନ ଲୋସନ ଲଗାଇବା ଉଚିତ । ଏଥି ସହ କଳା ଚଷମା ମଧ୍ୟ ବ୍ୟବହାର କରିପାରିବେ ।

ତ୍ୱଚାକୁ ରୋଗ ମୁକ୍ତ କରିବା ପାଇଁ ହେଲେ ପ୍ରତିଦିନ ୨ ଥର ଲେଖାଏଁ  କ୍ଲିନଜିଂ , ଟୋନର, ମଶ୍ଚରାଇଜର ଆଦିରେ ସଫା କରିବା ଉଚିତ । ମାତ୍ର ଏଥିପାଇଁ ଆପଣ ତୈଳ ମୁକ୍ତ ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ ଅଟେ ।

ଗରମ ଦିନରେ କେଶ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଥାଏ । ଏହାଦ୍ୱାରା କେଶର ପୋଷଣ ନଷ୍ଟ ହୋଇ ଯିବା ସହ ଏହାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ ।  ଲଗାତର ଭାବେ ଶାମ୍ପୁ ବ୍ୟବହାର କରିବାଦ୍ୱାରା ମଧ୍ୟ ଏହା କେଶର ଚମକ ନଷ୍ଟ କରିଦେଇଥାଏ । କେଶ ପାଇଁ ନରମ ଶାମ୍ପୁ ଓ କଣ୍ଡିସନର ବ୍ୟବହାର କରନ୍ତୁ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

Related posts

ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ

ENO Beuro

ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ହୋଇଥାନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ! ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ଲାଉ ଜୁସ୍ ର ଉପକାରିତା ବିଷୟରେ

ENO Beuro

Leave a Comment