ପେଟ କମାଇବାକୁ ଚାହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ!

ଆଜିକାଲିର ଯୁବପିଢୀ ପେଟ ବଢିବାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ପେଟ ଅଧିକ ବାହାରକୁ ବାହାରିଗଲେ ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ଜଣେ ଯେତେ ବି ଦେଖିବାକୁ ସୁନ୍ଦର ହୋଇଥାଉ ନା କାହିଁକି ପେଟ ବାହାରକୁ ବାହାରିଗଲେ ଅସୁନ୍ଦର ଲାଗିଥାଏ। ସ୍ଲିମ ରହିବାକୁ ସମସ୍ତେ ଚାହିଁଥାନ୍ତି। ଭିତରକୁ ପଶି ରହିଥିବା ପେଟ ସୁନ୍ଦର ସ୍ବାସ୍ଥ୍ୟର ସଙ୍କେତ ମଧ୍ୟ ଦେଇଥାଏ। ବ୍ୟକ୍ତି ଉତ୍ତମ ଜୀବନଶୈଳୀ ଅବଲମ୍ବନ କରୁଛି କି ନାହିଁ, ତାହା ଏଥିରୁ ଜଣାପଡ଼ିଯାଏ। ପେଟ ପାଖରେ ଚର୍ବି ଜମିବା ଫଳରେ ହାଇ କୋଲେଷ୍ଟ୍ରୋଲ, ମଧୁମେହ ଏବଂ ହୃଦରୋଗ ଭଳି ସମସ୍ୟା ଦେଖାଯାଇଥାଏ। ଫିଟ୍‌ ରହିବା ତଥା ସୁନ୍ଦର ପେଟ ପାଇଁ ନିଜ ଭୋଜନରେ କିଛି ବିଶେଷ ଖାଦ୍ୟ ସାମିଲ କରିବା ଦରକାର।

ନିଜକୁ ଫିଟ ରଖିବାକୁ ହେଲେ ଆପଣାନ୍ତୁ ଏହି ସବୁ ଟିପ୍ସ-

  • ଡ୍ରାଏ ଫ୍ରୁଟ୍‌ ବିଶେଷ କରି ବାଦାମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ନିଜ ଖାଦ୍ୟରୁ ଜଙ୍କ ଫୁଡ୍‌ ହଟାଇ ବାଦାମ ଖାଆନ୍ତୁ। ବାଦାମ ଖାଇବା ଦ୍ଵାରା  ମେଟାବୋଲିଜମ୍‌ ବଢ଼ିବା ସହ ଆପଣଙ୍କ ଶରୀରରୁ ଫ୍ୟାଟ୍‌ କମାଇବାରେ ସହାୟତା କରିଥାଏ।
  • ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି। ସମସ୍ତେ ନିଜ ଖାଦ୍ୟରେ ପ୍ରୋଟିନ୍‌, ଭିଟାମିନ୍‌, କାର୍ବୋହାଇଡ୍ରେଟ୍‌ ଆଦି ସାମିଲ କରନ୍ତି। ମାତ୍ର ଫାଇବର ସାମିଲ କରିବା ପାଇଁ ଭୁଲି ଯାଆନ୍ତି। ପେଟରୁ ଚର୍ବି କମ୍‌ କରିବା ଲାଗି ଫାଇବର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଶରୀରରେ ମେଟାବୋଲିଜମ୍‌ ବୃଦ୍ଧି କରିବା ସହ ଉତ୍ତମ ବାକ୍ଟେରିଆ ଉତ୍ପନ୍ନ କରିଥାଏ।
  • ପେଟ ବାହାରୁଥିବା ଲୋକଙ୍କ ପାଇଁ ମିଠା ବହୁତ କ୍ଷତିକାରକ। ମୃଦୁ ପାନୀୟ, ମିଠା ଓ ଅନ୍ୟ ମିଠା ପାନୀୟରେ ପ୍ରଚୁର ପରିମାଣର କ୍ୟାଲୋରି  ରହିଥାଏ। ଯାହା ଶରୀରରେ ଚର୍ବି ଜମାଇବାରେ ସହାୟକ ହୋଇଥାଏ। ତେଣୁ ମିଠାଠାରୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ। ଡାଏଟ୍‌ରେ ମିଠା ସାମିଲ କରିବା ଫଳରେ ରକ୍ତରେ ଶର୍କରା ସ୍ତର ବଢ଼ିବା ସହ ଚର୍ବି ବଢ଼ିଯାଏ।
  • ଠିକ୍‌ ସମୟରେ ଠିକ୍‌ ପରିମାଣରେ ନ ଖାଇବା ମଧ୍ୟ ଏହାର ଏକ ବଡ଼ କାରଣ। ଏକା ସାଙ୍ଗରେ ପେଟ ପୂରା ଖାଦ୍ୟ ନ ଖାଇ, ଅଳ୍ପ ଅଳ୍ପ କରି ଖାଆନ୍ତୁ। ବାହାରେ ହୋଟେଲ କିମ୍ବା ରେସ୍ତୋରାଁରେ ନ ଖାଇ ଘରେ ନିଜେ ରୋଷେଇ କରି ଖାଆନ୍ତୁ।

ପଢନ୍ତୁ; ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More