• Home
  • LIFESTYLE
  • କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ
LIFESTYLE

କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ

ମହୁ ଔଷଧୀୟ ଗୁଣର ଏକ ଉତ୍ତମ ପ୍ରାକୃତିକ ସ୍ରୋତ। ବହୁ ପୁରାତନ ଯୁଗରୁ ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଫଙ୍ଗାଲ ଗୁଣ ପାଇଁ ମହୁର ବହୁଳ ବ୍ୟବହାର ହୋଇଆସୁଛି। ଥଣ୍ଡା, କଫ କାଶ ଆଦି ସଧାରଣ ରୋଗ ଛଡା ଏପରି ଆହୁରି ଅନେକ ମହୁର ଉପାଦେୟତା ରହିଛି, ଯାହା ଆପଣଙ୍କ ଅହୁରି ଅନେକ ଜଟିଳ ସମସ୍ୟାର ସରଳ ଉପଚାର କରିବ। ନିୟମିତ ଭାବେ ସକାଳୁ ମହୁପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା।

ଜାଣନ୍ତୁ ସେ ସମ୍ପର୍କରେ-

  • ମହୁପାଣି ନିୟମିତ ପିଇଲେ ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଇଥାଏ। ଫଳରେ ହୃଦ୍‌ଘାତ ଏବଂ ମଧୁମେହ ରୋଗରୁ ମିଳିଥାଏ ମୁକ୍ତି। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହିତ ଥଣ୍ଡା, କଫ, ମୁଖବ୍ରଣ ସମସ୍ୟା ଆଦି ଦୂରେଇ ଥାଏ।
  • ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ, ସୋଡିୟମ୍‌, ପୋଟାସିୟମ୍‌, ଫସଫରସ୍‌, ଜିଙ୍କ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ। ଏଥିରେ ମଧ୍ୟ ଫୋଲେଟ୍‌, ନିଆସିନ୍‌, ରିବୋଫ୍ଲାବିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି-୬ ଆଦି ପ୍ରଚୁର ପରିମାଣରେ ରହିଥାଏ।
  • ସକାଳୁ ଉଠି ଉଷୁମ ପାଣି ସହିତ ମହୁ ଗୋଳାଇ ପିଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରେଲ କମ କରି ଓଜନ କରିବାରେ ସାହାଯ୍ୟ କରିବା ସହିତ ଏବଂ ଏହା ମଧ୍ୟ ଦିନସାରା କାର୍ଯ୍ୟ କରିବାପାଇଁ ଶକ୍ତି ଯୋଗାଇଥାଏ।
  • ମହୁର ଆଣ୍ଟି ଆକ୍ସିଡାଣ୍ଟ ଗୁଣ ନିମ୍ନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ଶିଶୁଙ୍କୁ ପ୍ରତିଦିନ ମହୁ ଦେବା ଦ୍ୱାରା ଥଣ୍ଡା, କଫ ଏବଂ କାଶରୁ ଉପଶମ ମିଳିଥାଏ।

କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ ftman 1

ପଢନ୍ତୁ; ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

Krishna Kumar Manoj

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

Krishna Kumar Manoj

କେଉଁ ପାନୀୟ ଦ୍ରବ୍ୟ କିଡ଼ନୀ ସମସ୍ୟା ଦୂର କରିଥାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More