LIFESTYLE

ମାନସିକ ଚିନ୍ତାରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ମାନସିକ ଚାପରେ ରହୁଛନ୍ତି । କେହି ନିଜର ରୋଜଗାରକୁ ନେଇ ତ ପୁଣି କେହି ଦାମ୍ପତ୍ୟ ଜୀବନକୁ ନେଇ ତ ପୁଣି କାର୍ଯ୍ୟକ୍ଷେତ୍ର ସମସ୍ୟାକୁ ନେଇ ମାନସିକ ଚାପରେ ରହୁଛନ୍ତି । ଏହି ମାନସିକ ଚାପରୁ ମୁକୁଳିବା ଲାଗି ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି ।

ଆପଣ ଜାଣନ୍ତି ଏହାର ଅନ୍ୟ ଏକ ସରଳ ଉପାୟ ବି ରହିଛି । ଏଥିପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ । ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ହେଲା ପାଦ । ସପ୍ତାହରେ ଥରେ ପ୍ରାୟ ୨୦ ମିନିଟ୍‌ ଯାଏଁ ନିଜର ପାଦକୁ ଅଳ୍ପ ଉଷୁମ ପାଣିରେ ରଖନ୍ତୁ । ଏକ ଟବ୍‌ରେ ପାଣି ଭର୍ତ୍ତି କରି ପୂର୍ବରୁ ରଖି ଥାଆନ୍ତୁ । ସେଥିରେ ଅଳ୍ପ ସୈନ୍ଧବ ଲବଣ ମଧ୍ୟ ପକାଇ ରଖି ଥାଆନ୍ତୁ । ଆପଣ ଏଭଳି ଅଭ୍ୟାସ କରିଲେ କିଛି ସପ୍ତାହ ପରେ ଅନୁଭବ କରିବେ ଯେ ମାନସିକ ଚାପ ମୁକ୍ତ ହୋଇଛନ୍ତି ।

ଯଦି ଆପଣ ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେହି ସୈନ୍ଧବ ଲବଣ ମିଶା ଜଳରେ କିଛି ତେଲ ମଧ୍ୟ ପକାଇ ପାରନ୍ତି । ଏହି ଉପାୟ ଅବଲମ୍ବନ କରିଲେ, ଆପଣ କେବଳ ମାନସିକ ଚାପରୁ ମୁକ୍ତ ହେବେ, ତା ନୁହେଁ , ବରଂ ଆପଣଙ୍କର ହର୍‌ମୋନ ଜନିତ ଅସନ୍ତୁଳନରୁ ବି ଆପଣଙ୍କୁ ରକ୍ଷା କରିପାରିବ ।ପ୍ରତିଦିନ ଧ୍ୟାନ,ଜପ,ବ୍ୟାୟାମ ଓ ସକାଳ ସନ୍ଧ୍ୟା ସମୟରେ ଚାଲିବା ଦ୍ଵାରା ମଧ୍ୟ ମାନସିକ ଚାପରୁ ମୁକ୍ତି ମିଳି ଥାଏ ।ପ୍ରତିଦିନ ନିଜ ଖାଇବା ଠିକ ସମୟରେ ଖାଇବା ଦ୍ଵାରା ଦେହ ଭଲ ରହେ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

Related posts

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଆପଣଙ୍କ ପେଟରେ ଦାଗ ପଡିଛି କି ?ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ଗ୍ରୀଷ୍ମ ଦିନରେ ପ୍ରଚୁର ପାଣି ପିଇବା ଦ୍ଵାରା ଅମକୁ କେଉଁ ରୋଗରୁ ମୁକ୍ତି ମିଳେ ଜାଣନ୍ତୁ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More