LIFESTYLE

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

Untitled 1

ସର୍ବଦା ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ   ବାହାରିଥାଏ। ରୋଷେଇ ଘରେ ପଶିବା ମାତ୍ରେ ଏ ଗନ୍ଧ ସିଧା ନାକରେ ଆସି ପଶିଯାଏ। ଏହାର କାରଣ ହେଉଛି ଆପଣଙ୍କ କିଚେନ୍‌ର ବେସିନ୍‌ର ଦୁର୍ଗନ୍ଧ, ଯାହାକୁ ନେଇ ଅଧିକାଂଶ ମହିଳା ବହୁ ଚିନ୍ତିତ ରୁହନ୍ତି। ଯଦି ଆପଣବି ବେସିନ୍‌ରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଆଜି ଆମେ ଆପଣଙ୍କୁ ଏହାର ସମାଧାନ ପାଇଁ କିଛି ଘରୋଇ ଟିପ୍ସ ଦେବୁ।

ବେକିଂ ସୋଡା: ନିଜ ବେସିନ୍‌କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍‌ରେ ବେକିଂ ସୋଡା ପକାଇ ୫ ମିନିଟ୍ ଛାଡ଼ି ଦେବେ। ଏହାପରେ ସ୍କ୍ରବ ଦ୍ୱାରା ରଗଡ଼ିକି ସଫା କରିବା ଉଚିତ୍। ଏହାଫଳରେ ବେସିନ୍ ପୂରାପୂରି ସଫା ହେବା ସହ ଏଥିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

Baking Soda
Baking Soda

କଳା ଭିନେଗାର୍: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ୍ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ୍ ସଫା କଲା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ। ବାସନ ଧୋଇଲା ପରେ ଭିନେଗାର ଦ୍ୱାରା ବେସିନ ଚାରିପାଖ ବ୍ରସ୍‌ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍ ଚିକ୍ ଦେଖାଯାଏ।

Vinegar 1

ଲୁଣ: ରୋଷେଇଘର ବେସିନ୍‌ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ୍‌ ଜାମ୍‌ ହୋଇଯାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରେ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ୍‌ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା କମ୍‌ ହୋଇଥାଏ।

Salt

ଲେମ୍ବୁ: ବେସିନର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ୍‌ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ। ଏପରି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଗନ୍ଧ ମଧ୍ୟ ଦୂର ହୋଇଯିବ।

Lemon 1

ପଢନ୍ତୁ: ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

Related posts

ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

ENO Beuro

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

ENO Beuro

କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ! ଜାଣନ୍ତୁ ଏହି ପତ୍ରରେ ରହିଥିବା କେତେକ ଗୁଣ ସମ୍ପର୍କରେ

ENO Beuro

1 comment

Leave a Comment