LIFESTYLE

ଚାଉଳରେ କଣ ମିଶାଇ ଭାତ ରାନ୍ଧି ଖାଇଲେ ଆପଣଙ୍କ ମୋଟାପଣ କମିଥାଏ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆଜିକାଲିର ଲୋକମାନେ ନିଜର ମୋଟାପଣକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ଓଜନକୁ ନିୟନ୍ତ୍ରିତ ରଖିବାକୁ ଲୋକେ ବହୁ ପଦ୍ଧତି ଆପଣଉଛନ୍ତି। ମୋଟା ହୋଇଯିବା ଭୟରେ ଅନେକ ଲୋକ ତ ଭାତ ବି ଖାଆନ୍ତି ନାହିଁ। ମାତ୍ର ମନେ ରଖନ୍ତୁ ଭାତ ଖାଇବା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ଭାତ ଖାଇବା ଜାରି ରଖି ଆପଣ ଓଜନ କମାଇପାରିବେ।

ନିମ୍ନରେ ଦିଆଯାଇଥିବା ପଦ୍ଧତି ଅବଲମ୍ବନ କଲେ ଆପଣ ମୋଟାପଣ କମାଇପାରିବେ-

ଭାତ ରାନ୍ଧିବା ସମୟରେ ସେଥିରେ କିଛି ବୁନ୍ଦା ନଡ଼ିଆ ତେଲ ପକାଇ ଦେଲେ ସେହି ଭାତ ଖାଇବା ଦ୍ୱାରା ଶରୀରରେ ମୋଟାପଣ ସହଜରେ ଆସେ ନାହିଁ। ଏହାଛଡ଼ା ନଡ଼ିଆ ତେଲ ଶରୀରରେ ଗ୍ଲୁକୋଜ୍‌ ମାତ୍ରା ବଢ଼ାଇଥାଏ। ପାଣି ଫୁଟିବା ପରେ ପ୍ରଥମେ କିଛି ବୁନ୍ଦା ନଡ଼ିଆ ତେଲ ସେଥିରେ ମିଶାନ୍ତୁ। ତାପରେ ଚାଉଳ ପକାଇ ଭାତ କରନ୍ତୁ। ଜାଣିରଖନ୍ତୁ ଯେ ଏହି ପରି ଢଙ୍ଗରେ ଭାତ ରାନ୍ଧିରେ ଭାତରୁ ଶର୍କରା ଭାଗ ବି କମ୍‌ ହୋଇଥାଏ।

ଶୀଘ୍ର ଭାତ ହୋଇଯିବ ବୋଲି ଲୋକେ ପ୍ରେସ୍‌ର୍‌ କୁକର୍‌ରେ ତିଆରି ଭାତ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ମନେ ରଖନ୍ତୁ ପ୍ରେସର୍‌ ତିଆରି ଭାତ ଖାଇଲେ ମୋଟା ହେବା ସୁନିଶ୍ଚିତ। ଆପଣ ଭାତରୁ ପଜେ କାଢ଼ି ଭାତ ଖାଇଲେ ସେତେଟା ମୋଟା ହେବାର ସମ୍ଭାବନା ନାହିଁ।

ଓଜନକୁ ଆୟତ୍ତରେ ରଖିବାକୁ ଅନ୍ୟ ଏକ ଉପାୟ ଅଛି। ଭାତକୁ ରାନ୍ଧି ସାରି ୧୨ ଘଣ୍ଟା ଫ୍ରିଜ୍‌ରେ ରଖିବା ପରେ ଖାଇଲେ ଏତେଟା ମୋଟାପଣ ବଢ଼େ ନାହିଁ। ସଙ୍ଗେ ସଙ୍ଗେ ତିଆରି ହୋଇଥିବା ଭାତ ଆପେକ୍ଷାକୃତ ଓଜନ ବୃଦ୍ଧି କରାଇଥାଏ ବୋଲି ଜାଣିରଖନ୍ତୁ।

ପଢନ୍ତୁ;

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

Related posts

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

ENO Beuro

ଷ୍ଟୋନ ସମସ୍ୟାକୁ ଦୂର କରିଥାଏ ତେଜପତ୍ର! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ENO Beuro

ରକ୍ତହୀନତା ଦୂର କରେ କସୁରୀ ମେଥି! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment