LIFESTYLE

ଆପଣଙ୍କ ପେଟରେ ଦାଗ ପଡିଛି କି ?ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ

ପେଟରେ ଦାଗ କିପରି ଜୀବ ଆସନ୍ତୁ ଜାଣିବା

ମା’ ହେବା ପାଇଁ ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ । ଯେତେବେଳେ ଏହି ମହିଳା ଗର୍ଭବତୀ ହୁଅନ୍ତି, ତାଙ୍କ ପେଟ ଖୁବ ବଢିିଯାଇଥାଏ । ଯାହା ଫଳରେ ପେଟରେ ଷ୍ଟ୍ରେଚ ମାର୍କ୍ସ ବା ଦାଗ ପଡିଯାଏ । ପେଟର ସୌନ୍ଦର୍ଯ୍ୟ ନଷ୍ଟ କରି ଦିଏ । ଏଥିପାଇଁ ମହିଳାମାନ ଚିନ୍ତାରେ ପଡିଥାନ୍ତି । ତେବେ ଆସନ୍ତୁ ଜାଣିବା ପେଟର ଦାଗ କିପରି ଦୂର କରିବେ ।

ସ୍କିନର ଦାଗ ଧଳା ଚିହ୍ନକୁ ଦୂର କରିବା ପାଇଁ ଘିକୁଆଁରୀ ଜେଲ ବହୁତ ଉପକାରୀ । ଘିକୁଆଁରୀ ଜେଲରେ ଭିଟାମିନ-ଇ ତେଲକୁ ଭଲ ଭାବେ ମିକ୍ସ କରି ଷ୍ଟ୍ରେଚ ମାର୍କ୍ସ ଉପରେ ଲଗାନ୍ତୁ । ଏହା ଦ୍ୱାରା ଷ୍ଟ୍ରେଚ ମାର୍କ୍ସ ଧୀରେ ଧୀରେ ଚାଲି ଯାଏ ।

ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି । ଏହା ଶରୀରର କୌଣସି ସ୍ଥାନରେ ଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରେ । ପ୍ରତିଦିନ ଷ୍ଟ୍ରେସ ମାର୍କ୍ସ ଉପରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ଅଣ୍ଡାର ଧଳା ଅଂଶ ଲଗାନ୍ତୁ । ଏହା ଉପରେ ଅଲିଭ ଅଏଲ ମାଲିସ କରନ୍ତୁ । ଏହାଦ୍ୱାରା କିଛିି ଦିନ ମଧ୍ୟରେ ଷ୍ଟ୍ରେଚ ମାକ୍ସ ଦୂର ହୋଇଯିବ ।

ଲେମ୍ବୁ ରସ ଦାଗ ହଟାଇବା ପାଇଁ ବହୁତ ଉପକାରୀ । ଚାହିଁଲେ ଲେମ୍ବୁ ସହିତ କାକୁଡି ରସ ମିଶାଇ ମଧ୍ୟ ଷ୍ଟ୍ରେଚ ମାର୍କ୍ସ ଉପରେ ଲଗାଇ ପାରିବେ । ନିୟମିତ ଏହାକୁ ବ୍ୟବହାର କରନ୍ତୁ । ଧୀରେ ଧୀରେ ଦାଗ ଦୂର ହୋଇଯିବ । ଷ୍ଟ୍ରେଚ ମାର୍କ୍ସ ଦୂର କରିବା ଲାଗି ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ । ଷ୍ଟ୍ରେଚ ମାର୍କ୍ସ ଦୂର କରିବା ପାଇଁ ଅଧିକ ପାଣି ପିଅନ୍ତୁ। ଆଳୁ ରସ ତ୍ୱଚାକୁ ଦାଗ ହଟାଇବାରେ ସାହାଯ୍ୟ କରିଥାଏ । ଷ୍ଟ୍ରେଚ ମାର୍କ୍ସ ଉପରେ ଲେମ୍ବୁ ରସ ଲଗାଇବା ଫଳରେ ଲାଭ ମିଳିଥାଏ ।ପ୍ରତି ଦିନ ଏହି ପରି କରିବା ଦ୍ଵାରା ଷ୍ଟ୍ରେଚ ମାର୍କ୍ସ ଚାଲି ଯାଏ ।

ପଢନ୍ତୁ ;

କ୍ୟାନସର ଓ ଟ୍ୟୁମର ରୋଗରୁ ପାଇପାରିବେ ମୁକ୍ତି ! ଜାଣନ୍ତୁ କିପରି ଘରୋଇ ଉପାୟରେ ବଂଚାଇବେ ଜୀବନ

Related posts

କାନରେ ହେଡଫୋନ୍‌ ଲଗାଇ ଶୋଇବା ପଡିଲା ମହଙ୍ଗା,ଚାଲିଗଲା ଜୀବନ!

ENO Beuro

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ

ENO Beuro

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ENO Beuro

Leave a Comment