LIFESTYLE

ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ଅଣ୍ଟା ବିନ୍ଧା ଆଜିକାଲି ମୁଖ୍ୟ ସମସ୍ୟା ହୋଇଗଲାଣି । ଛୋଟଠାରୁ ବଡ ସମସ୍ତେ ଏଥିରେ ସମ୍ମୁଖୀନ ହୋଇଥାନ୍ତି । ତେଣୁ ଅନେକ ଏହାକୁ ଏହା ସାଧାରଣ ରୋଗ ବୋଲି ଭାବିଥାନ୍ତି । କିନ୍ତୁ ଏଥିପ୍ରତି ଆରମ୍ଭରୁ ସତର୍କତା ଅବଲମ୍ୱନ କରାଗଲେ ଭବିଷ୍ୟତରେ ଏହା ଗୁରୁତର ରୂପ ନେବାରୁ ରକ୍ଷା ପାଇବ ।

ସାଧାରଣତଃ ଗୋଟିଏ ସ୍ଥାନରେ ବହୁ ସମୟ ବସିବା, ସର୍ବଦା ଭାରି ଜିନିଷ ଉଠାଇବା ଦ୍ଵାରା ଅଣ୍ଟା ଉପରେ ଏହାର ପ୍ରଭାବ ପଡିଥାଏ। ଏହାବ୍ୟତୀତ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅନେକ ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ।

ଏହି ରୋଗ ହେଉଥିଲେ ବିଚଳିତ ନ ହୋଇ ଚିକିତ୍ସା କରାନ୍ତୁ । ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆବଶ୍ୟକ ବ୍ୟାୟାମ ଓ ଔଷଧ ସେବନର ପରାମର୍ଶ ନିଅନ୍ତୁ ।

ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇଁ ସରଳ ଉପାୟ:

  • ଗୋଟିଏ ସ୍ଥାନରେ ବସି ନରହି, ମଝିରେ ମଝିରେ ଚଲାବୁଲା କଲେ ଏହି ସମସ୍ୟାରୁ କିଛି ମାତ୍ରାରେ ଉପସମ ମିଳେ ।
  •  ମୋଟା ଗଦିରେ ବସିବା କିମ୍ବା ଶୋଇବା ଯେତେ ସମ୍ଭବ ତ୍ୟାଗ କରନ୍ତୁ ।
  • ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ।
  • ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ କୋଳ ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଲକୁ ଅଣ୍ଟାରେ ମାଲିସ କରନ୍ତୁ।
  •  ଲୁଣକୁ  ପାଣିରେ ମିଶେଇ ଗରମ  କରି  ଏକ ମୋଟାଳିଆ ସୂତି କପଡାରେ ବାନ୍ଧି ପୋଟଳୀ ବନାନ୍ତୁ । ଏଇ ପୋଟଳୀରେ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ମୁକ୍ତି ପାଇ ପାରିବେ।

ପଢନ୍ତୁ; ବହୁ ବିବାଦ ପରେ ବିବାହ କଲେ ବଲିଉଡ ସୁପରଷ୍ଟାରଙ୍କ ପୁଅ

Related posts

ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

ENO Beuro

ଉଚ୍ଚତା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More