LIFESTYLE

ଅଣ୍ଟାବିନ୍ଧାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଅଣ୍ଟାବିନ୍ଧା ସମସ୍ୟା ଏକ ବ୍ୟାପକ ସମସ୍ୟା ହୋଇଗଲାନି। ବୟସ୍କ ଲୋକମାନ ଯେ ଏପରି ସମସ୍ୟା ଭୋଗୁଛନ୍ତି ତା ସହ  ଯୁବଗୋଷ୍ଠୀ ମଧ୍ୟ ଅଣ୍ଟାବିନ୍ଧାର ଶିକାର ହୋଇଗଲେଣି। ଏହା ଏକ ସାଧାରଣ ସମସ୍ୟା ହୋଇଗଲାନି ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା । ବୟସ ବଢିବା ସଙ୍ଗେ ସଙ୍ଗେ ଅଣ୍ଟାବିନ୍ଧା ଆରମ୍ଭ ହୋଇଯାଏ । ଫଳରେ କାମ କରିବାରେ ମନଲାଗେନି । ଏପରିସ୍ଥଳେ ଅଣ୍ଟାବିନ୍ଧାରୁ ରକ୍ଷା ପାଇବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର । କେବଳ ଯେ ଔଷଧ ସେବନ କରି ତା’ନୁହଁ ଆପଣ ଘରୋଇ ଉପଚାରରେ ମଧ୍ୟ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରବେ ।

ଜାଣନ୍ତୁ ଘରୋଇ ଉପଚାରରେ କିପରି ଅଣ୍ଟାବିନ୍ଧାରୁ ରକ୍ଷା ପାଇବେ–

  • ଜୁଆଣୀ ଖାଇବା ଦ୍ଵାରା ଅଣ୍ଟାବିନ୍ଧାରୁ ମୁକ୍ତି ପାଇପାରିବେ। ପ୍ରଥମେ ଜୁଆଣୀକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ।
  • ବହୁତ ସମୟ ପର୍ଯ୍ୟନ୍ତ କୈାଣସି ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୩୦ ମିନିଟ ପରେ ଉଠି ଟିକେ ଚଲାବୁଲା କରନ୍ତୁ।
  • ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ।
  • ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ କୋଳ ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଲକୁ ଅଣ୍ଟାରେ ମାଲିସ କରନ୍ତୁ।
  •  ଲୁଣକୁ  ପାଣିରେ ମିଶେଇ ଗରମ  କରି  ଏକ ମୋଟାଳିଆ ସୂତି କପଡାରେ ବାନ୍ଧି ପୋଟଳୀ ବନାନ୍ତୁ । ଏଇ ପୋଟଳୀରେ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ମୁକ୍ତି ପାଇ ପାରିବେ।

ପଢନ୍ତୁ;

ଆପଣ ଜାଣିଛନ୍ତି କି ? ତମ୍ବା ବାସନରେ ପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା

ENO Beuro

କାହିଁକି ଜଣେ ପୁରୁଷ ଜୀବନରେ ଜଣେ ମହିଳା ବନ୍ଧୁ ରହିବା ଦରକାର ଆସନ୍ତୁ ଜାଣିବା

ENO Beuro

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More