• Home
  • LIFESTYLE
  • ଆସନ୍ତୁ ଜାଣିବା ଘରୋଇ ଉପଚାରରେ ଅଣ୍ଡରଆର୍ମରୁ କିପରି ଦୂରକରିବେ କଳା ଦାଗ !
LIFESTYLE

ଆସନ୍ତୁ ଜାଣିବା ଘରୋଇ ଉପଚାରରେ ଅଣ୍ଡରଆର୍ମରୁ କିପରି ଦୂରକରିବେ କଳା ଦାଗ !

ଅଧିକାଂଶ ମହିଳା ଅଣ୍ଡରଆର୍ମର କଳା ଦାଗକୁ ନେଇ ଚିନ୍ତିତ ଥାନ୍ତି। ସ୍ଲିଭ୍‌ ଲେସ୍‌ ପୋଷାକ ପାଇଁ ଅଣ୍ଡରଆର୍ମର କାଳଦାଗ ଦୂରେଇବା ନିହାତି ଦରକାର।ଏଥିପାଇଁ ବ୍ୟସ୍ତ ନ ହୋଇ ଯଦି କେତୋଟି ଘରୋଇ ଉପାୟ ଆପଣେଇପାରିବେ ଅଣ୍ଡରଆର୍ମରୁ କଳାଦାଗ ଦୂର କରିପାରିବେ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • କମଳା ଚୋପାକୁ ଖରାରେ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ କେଇ ବୁନ୍ଦା ଗୋଲାପଜଳ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହି ମିଶ୍ରଣକୁ ଅଣ୍ଡରଆର୍ମରେ ଲଗାଇ ୧୦ମିନିଟ୍‌ ପରେ ଧୋଇ ଦିଅନ୍ତୁ।
  • ଏକ ଚାମଚ ବେସନ, ଦହି, ହଳଦୀ ଏବଂ ଲେମ୍ବୁରସର ମିଶ୍ରଣକୁ ନେଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଣ୍ଡରଆର୍ମରେ ଲଗାଇ ପରେ ଧୋଇଦିଅନ୍ତୁ। ଦେଖିବେ କଳା ପଡିଥିବା ଦାଗ ଧୀରେ ଧୀରେ ସଫା ହୋଇଯିବ।
  • ୨ ଚାମଚ ମହୁ ଏବଂ ୨ ଚାମଚ ଲେମ୍ବୁରସର ମିଶ୍ରଣକୁ କଳା ପଡିଥିବା ଅଣ୍ଡରଆର୍ମରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କରନ୍ତୁ ଦେଖିବେ କଳାଦାଗ ଦୂର ହୋଇଯିବ।
  • ୨ ଚାମଚ ବେକିଂ ସୋଡ଼ାରେ ୨ ଚାମଚ ପାଣି ମିଶାଇ ପେଷ୍ଟ ବନାନ୍ତୁ। ପ୍ରତିଦିନ ଏହାକୁ ଅଣ୍ଡରଆର୍ମରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
  • ଦୁଇ ଚାମଚ ଏଲୋଭେରା ଜେଲ୍‌ ଅଣ୍ଡରଆର୍ମରେ ଲଗାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ଶୁଖିଯିବା ପରେ ଏହାକୁ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ କଳାଦାଗ ଦୂରହୋଇଯିବ।
  • ୨ ଚାମଚ ଚନ୍ଦନ ପାଉଡର, ୨ ଚାମଚ ଗୋଲାପ ଜଳ ଏବଂ ଗ୍ଲିସେରିନ୍‌ର ମିଶ୍ରଣକୁ କଳା ପଡ଼ିଥିବା ଅଣ୍ଡରଆର୍ମସରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ପାଣିରେ ଧୋଇ ଦିଅନ୍ତୁ।

ଆସନ୍ତୁ ଜାଣିବା ଘରୋଇ ଉପଚାରରେ ଅଣ୍ଡରଆର୍ମରୁ କିପରି ଦୂରକରିବେ କଳା ଦାଗ ! underarms

ପଢନ୍ତୁ;

ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

Related posts

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

Krishna Kumar Manoj

ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ

Krishna Kumar Manoj

ଦୂର ଯାତ୍ରା ପାଇଁ ଇଚ୍ଛା କିନ୍ତୁ ବାନ୍ତି ସମସ୍ୟା ପାଇଁ ଭୟ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More