• Home
  • LIFESTYLE
  • ଆପଣଙ୍କ ଓଠ କଳା ପଡିଯାଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର
LIFESTYLE

ଆପଣଙ୍କ ଓଠ କଳା ପଡିଯାଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

କେବଳ ସୁନ୍ଦର ଦେଖାଯିବାରେ ନୁହେଁ, ବରଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଓଠର ପ୍ରଭାବ ରହିଛି । ଓଠକୁ ସୁନ୍ଦର ରଖିବା ପାଇଁ ମହିଳାମାନେ ଲିପ୍‌ଷ୍ଟିକ୍‌, ଲିପ୍‌ବାମ୍‌ ଓ ମଶ୍ଚରାଇଜର୍‌ଠାରୁ ଆରମ୍ଭ କରି ବିଭିନ୍ନ କସ୍‌ମେଟିକ୍ସ ବ୍ୟବହାର କରିଥାନ୍ତି। ମାତ୍ର ସମୟ ସମୟରେ ଏଭଳି ଦ୍ରବ୍ୟର ବ୍ୟବହାର ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ତେବେ ଓଠର କଳାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

ଓଠର କଳାପଣ ଦୂର କରିବାର ଘରୋଇ ଟିପ୍ସ :-

ଲେମ୍ବୁ :- ଲବଙ୍ଗ ବ୍ୟତୀତ ଲେମ୍ବୁ ମଧ୍ୟ ଓଠର କଳାପଣ ଦୂର କରିବାରେ ସହାୟକ ହୋଇଥାଏ । ସକାଳେ ଏବଂ ସନ୍ଧ୍ୟାରେ କଟା ଲେମ୍ବୁକୁ ଧୀରେଧୀରେ ଓଠରେ ରଗଡିଲେ ଏହାର କଳାପଣ ଦୂର ହୋଇଥାଏ ।

ଲବଙ୍ଗ :- ଓଠରୁ କଳାପଣ ଦୂର କରିବାରେ ଲବଙ୍ଗ ବେଶ୍‌ ଉପଯୋଗୀ । ଏହାକୁ ବ୍ୟବହାର କରିବାର କିଛି ଦିନ ମଧ୍ୟରେ ଧୀରେଧୀରେ ଓଠର ଚମକ ଫେରିଆସେ । ପ୍ରଥମେ ୩ରୁ ୪ଟି ଲବଙ୍ଗକୁ ତାଓ୍ବାରେ ନାଲି ହେବାଯାଏ ସେକନ୍ତୁ। ଏହାକୁ ଗୁଣ୍ଡ କରି ସେଥିରେ ଅଧା ଚାମଚ ମହୁ ଏବଂ ଅଳ୍ପ କେଇବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ପ୍ରତ୍ୟହ ଶୋଇବା ସମୟରେ ଓଠରେ ଲଗାନ୍ତୁ ।

କଞ୍ଚା କ୍ଷୀର, କେଶର :- ଓଠର କଳାପଣ ଦୂର କରିବା ପାଇଁ କଞ୍ଚା କ୍ଷୀର ଓ କେଶରର ମିଶ୍ରଣକୁ ବ୍ୟବହାର କରାଯାଇ ପାରିବ। ଏହି ମିଶ୍ରଣକୁ ହାଲ୍‌କା ଭାବେ ଓଠରେ ଲଗାଇଲେ କେବଳ ଯେ କଳାପଣ ଦୂର ହୁଏ ତାହା ନୁହେଁ, ବରଂ ପୂର୍ବାପେକ୍ଷା ଅଧିକ କୋମଳ ଏବଂ ଉଜ୍ଜ୍ୱଳ ହୋଇଥାଏ ।

ଆପଣଙ୍କ ଓଠ କଳା ପଡିଯାଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର lips

ପଢନ୍ତୁ ;

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

Related posts

ମୁଗରେ କିପରି ପ୍ରସ୍ତୁତ କରିବେ ପରଟା? ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ 

Krishna Kumar Manoj

ଦଉଡ଼ି ଡିଆଁ ଖେଳି, ସରଳ ଏବଂ ଅଧିକ ଲାଭ ଯୁକ୍ତ ବ୍ୟାୟାମର ଫାଇଦା ଉଠାନ୍ତୁ

Krishna Kumar Manoj

ଗଣ୍ଠିସ୍ଥାନ ରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି ? ଆପଣାନ୍ତୁ କେତୋଟି ସହଜ ଉପାୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More