LIFESTYLE

ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

ସୁନ୍ଦର ଦେଖାଯିବା ପାଇଁ ହେଉ ବା ଆଖି ଖରାପ ପାଇଁ ହେଉ ଆଜିକାଲି ସମସ୍ତେ ଚଷମା ବ୍ୟବହାର କରିଥାନ୍ତି। କିନ୍ତୁ ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ଦାଗ ହୋଇ ବହୁ ଖରାପ ଦେଖାଯାଏ । ଯଦି ଆପଣ ଏପରି ସମସ୍ୟାକୁ ଦୂର କରିବାକୁ ଚହୁଁଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ଦାଗକୁ ଦୂରକରିବାର କିଛି ଘରୋଇ ଉପଚାର-

  • ଘିକୁଆଁରୀ ତ୍ୱଚା ପାଇଁ ବହୁତ ଉପକାରୀ। ଏହା କେବଳ ତ୍ୱଚାକୁ କୋମଳ ବା ସୁନ୍ଦର କରେ ନାହିଁ ଏହାର ଅନେକ  ଔଷଧୀୟ ଗୁଣ ମଧ୍ୟ ରହିଛି । ନାକ ଓ ଆଖି ତଳର ଚଷମା ଦାଗ ଦୂର କରିବା ପାଇଁ ଶୋଇବା ପୂର୍ବରୁ ଘିକୁଆଁରୀ ରସ ଲଗାଇ ଶୁଅନ୍ତୁ। ଦେଖିବେ ଏହି ଦାଗ ଧୀରେ ଧୀରେ ଦୂର ହେବାକୁ ଲାଗିବ।
  • କଂଚା କ୍ଷୀର କଳା ଦାଗ ଦୂର କରିବାରେ ସାହାଯ୍ୟ କରେ । ଏଥିରେ ଆପଣ ଦାଗଥିବା ସ୍ଥାନରେ କଂଚା କ୍ଷୀର ଲଗାଇଲେ ଦାଗ ଦୁର ହୁଏ।
  • ବାଦାମ ତେଲରେ ଭିଟାମିନ୍ ଇ ରହିଛି । ଏହା କେବଳ ତ୍ୱଚା ଦାଗ ଓ ମଇଳା ସଫା କରିବା ସହିତ ପୋଷାକ ଦାଗ ମଧ୍ୟ ସଫା କରେ । ମୁହଁରେ ଚଷମା ପିନ୍ଧି ଦାଗ ପଡିଯାଇଥିଲେ ବାଦାମ ତେଲ ମାଲିସ କରନ୍ତୁ, କିଛି ଦିନ ପରେ ଦାଗ ଦୂରେଇ ଯିବ।

ପଢନ୍ତୁ; କଞ୍ଚା ଆମ୍ବ ଖାଇବାଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା!

Related posts

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

ENO Beuro

ମେଡିସିନ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ,ନଚେତ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

ENO Beuro

2 comments

Leave a Comment