LIFESTYLE

ଘରୋଇ ଉପଚାରରେ ମୁହ୍ନରୁ ଦୂର କରନ୍ତୁ ସନ୍-ଟ୍ୟାନ୍! ଜାଣନ୍ତୁ କିଛି ସରଳ ଟିପ୍ସ

ଖରାରେ ଦିନରେ ବୁଲାବୁଲି କଲେ ଦେହ ଏବଂ ମୁହ୍ନରେ ସନ୍-ଟ୍ୟାନ୍ ପଡିଥାଏ। ଏହାକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି। ଏଥିପାଇଁ ବିଭିନ୍ନ ରାସାଯନିକ କ୍ରିମ ବ୍ୟବହାର କରିଥାନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ କିପରି ଘରୋଇ ଉପାୟରେ ଏହି ସମସ୍ୟା ଦୂର କରିପାରିବେ।

ଆସନ୍ତୁ ଜାଣିବା-

  • ଏକ କପରେ କମଳା ରସ ଓ ଦହି ସମାନ ପରିମାଣରେ ନେଇ ତାହାକୁ ତ୍ଵଚାରେ ମାଲିସ୍ କରନ୍ତୁ। ୩୦ ମିନିଟ୍ ପରେ ତ୍ଵଚାକୁ ଧୋଇନେବେ।
  • ମସୁର ଡାଲିକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ପେଷ୍ଟ କରି ସେଥିରେ ଘି-କୁଆଁରୀ ରସ ମିଶାଇ ତ୍ବଚାରେ ଟ୍ୟାନ୍ ସ୍ଥାନରେ ଲଗାଇ ପରେ ଧୋଇବେ। ଶୀଘ୍ର ଉପକାର ମିଳେ।
  • ୧କପରେ ଲାଉ ରସ, ଗୋଲାପ ଜଳ ଓ ଲେମ୍ବୁରସ ସମାନ ପରିମାଣରେ ନେଇ ତାହାକୁ ସନ୍-ଟ୍ୟାନ୍ ପ୍ରଭାବିତ ହୋଇଥିବା ସ୍ଥାନରେ ତୁଳାରେ ଲଗାଇବେ। ଶୁଖିଲା ପରେ ଥଣ୍ଡା ପାଣିରେ ତ୍ବଚାକୁ ଧୋଇନିଅନ୍ତୁ।
  • ୨ ବଡ଼ ଚାମଚ ବେସନ, ୧ ବଡ଼ ଚାମଚ ଆଳୁ ରସ, ୧ଚାମଚ ଲେମ୍ବୁ ରସକୁ ପ୍ୟାକ୍ ଭାବେ ପ୍ରସ୍ତୁତ କରି ତ୍ବଚାରେ ଲଗାନ୍ତୁ। ୩୦ ମିନିଟ୍ ପରେ ତ୍ବଚାକୁ ନଖ ଉଷୁମ ପାଣିରେ ଧୋଇନେବେ।
  • ୩ ଚାମଚ ଗୋଲାପ ଜଳରେ ୧ ଚାମଚ କଞ୍ଚା ଖିିର ଓ ଚିମୁଟାଏ ହଳଦୀ ମିଶାଇ ତ୍ବଚାରେ ସ୍ନାନ ପୂର୍ବରୁ ଲଗାଇବେ। ୨୦ ମିନିଟ୍ ପରେ ସ୍ନାନ କରିବେ।

ପଢନ୍ତୁ; ମା’ ହେବେ ବେବୋ  

Related posts

ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ

ENO Beuro

ଆପଣ ଜାଣନ୍ତି କି ? ଗର୍ଭାବସ୍ଥାରେ ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ । ଜାଣନ୍ତୁ ଏହାର କାରଣ

ENO Beuro

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସନ୍ତୁ ଜାଣିବା କଦଳୀରେ କିପରି କରିବେ ଫେସିଆଲ ପ୍ୟାକ୍

ENO Beuro

1 comment

Leave a Comment