LIFESTYLE

ଖରାଦିନେ କିପରି ନିଜର ତ୍ଵଚାର ଯତ୍ନ ନେବେ ? ଜାଣନ୍ତୁ ସେ ସମ୍ପର୍କରେ

ନିଜ ତ୍ଵଚା ପାଇଁ ସମସ୍ତେ ଯତ୍ନଶୀଳ ହୋଇଥାନ୍ତି। ବିଶେଷ କରି ଖରାଦିନରେ ସୂର୍ୟ୍ୟରଶ୍ମିର ପ୍ରଖରତା କାରଣରୁ ତ୍ଵଚା ମଳିନ ପଡ଼ିଯାଏ। କେବଳ ଯେ ସନସ୍କ୍ରିନ୍ ଲଗାଇବା ଏଥିପାଇଁ ପ୍ରମୁଖ ଆବଶ୍ୟକତା, ତା’ ନୁହେଁ। ବରଂ ନିଜ ଖାଦ୍ୟପାନୀୟ ପ୍ରତି ସଚେତନ ହେବା ମଧ୍ୟ ଜରୁରୀ।

ତେବେ ଆସନ୍ତୁ ଜାଣିବା ପ୍ରଚଣ୍ଡ ଖରାରୁ ନିଜ ତ୍ଵଚାକୁ କିପରି ରକ୍ଷା କରିବେ-

  • କାକୁଡ଼ି ରସକୁ କ୍ଲିନଜର ପରି ବ୍ୟବହାର କରିପାରିବେ। ଏହା ରଙ୍ଗ ସଫା କରିବା ସହ ତ୍ବଚାକୁ ଶୀତଳତା ପ୍ରଦାନ କରେ। ତା ସହ ତ୍ଵଚା ଉଜ୍ଜଳିତ ମଧ୍ୟ କରିଥାଏ।
  • ସକାଳ ୮ ଟାରୁ ଦିନ ୨ଟା ମଧ୍ୟରେ ୨-୩ଥର ସନସ୍କ୍ରିନ୍ ଲଗାଇବା ଆବଶ୍ୟକ। ଘରେ ଥିବା ସମୟରେ ଏହି ନିୟମ ମାନିବା ତ୍ଵଚା ପାଇଁ ଉପକାରୀ।
  • ଫ୍ରିଜରେ କଞ୍ଚା ଖିର ରଖି ତହିଁ ଆରଦିନ ସକାଳୁ ଏହାକୁ ତୁଳା ସାହାଯ୍ୟରେ ଲଗାନ୍ତୁ। ଏପରି କଲେ ତ୍ବଚାରୁ ଟ୍ୟାନ୍ ଦୂର ହୁଏ।
  • ଦିନକୁ ୨-୩ଥର ଲେମ୍ବୁ ପାଣି ପିଇଲେ ମଧ୍ୟ ତ୍ବଚା ସତେଜ ରହେ।
  • ଘି-କୁଆଁରୀ ରସକୁ ସନ୍ଧ୍ୟାବେଳେ  ତ୍ଵଚାରେ ଲଗାଇ ୩୦ମିନିଟ୍ ପରେ ତ୍ଵଚା ଧୋଇବେ। ଏହା ମଧ୍ୟ ତ୍ବଚାରେ ଚମକ ଆଣେ। ଏହା ଖରାଦିନ ନିମନ୍ତେ ଉତ୍ତମ ପ୍ୟାକ୍।
  • ସନ୍-ଟ୍ୟାନରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟହ ବେସନ ଓ ଲେମ୍ବୁରସ ପ୍ୟାକ୍ ଲଗାଇବା ଆବଶ୍ୟକ। ୨୦ ମିନିଟ୍ ପରେ ପାଣିରେ ଧୋଇନେବେ।

ଖରାଦିନେ କିପରି ନିଜର ତ୍ଵଚାର ଯତ୍ନ ନେବେ ? ଜାଣନ୍ତୁ ସେ ସମ୍ପର୍କରେ tan

ପଢନ୍ତୁ;

ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତୁ

Related posts

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

ENO Beuro

କେଉଁ ସବୁ ରୋଗରୁ ରକ୍ଷା କରେ ଆଖୁରସ ଜାଣନ୍ତୁ?

ENO Beuro

କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More