ଶରୀରରୁ ଭାତୁଡ଼ିକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

ଭାତୁଡ଼ି ପାଇଁ କେତେକ ଲୋକ ପରିଶାନ ହୋଇଯାଇଥାନ୍ତି। ଏହି ଭାତୁଡ଼ି ବଂଶାନୁକ୍ରମିକ ଭାବେ ମିଳିଥାଏ। ଆଉ କେତେକ ଲୋକ ଅଧିକ ସମୟରେ ଖରାରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ।

ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ନଜର ପକାନ୍ତୁ ନିମ୍ନରେ ଲେଖା ଥିବା କଥା ଉପରେ-

  • ପିଆଜରେ ଏମିତି  ଗୁଣ ରହିଛି ଯାହା ଭାତୁଡ଼ିକୁ ଦୂରେଇବା ଲାଗି ସହାୟକ ହୋଇଥାଏ। ନିୟମିତ ଭାବେ ଭାତୁଡ଼ି ହୋଇଥିବା ଜାଗାରେ ପିଆଜ ରସ ଲଗାଇଲେ , ତାହା ଦୂର ହୋଇଯିବ।
  • କଦଳୀ ଦ୍ୱାରା ଭାତୁଡ଼ିକୁ ଦୂରେଇ ହେବ। କଦଳୀ ଚୋପାରେ ଅକ୍ସିକରଣ ରୋଧି ତତ୍ତ୍ୱ ମିଳିଥାଏ । କଦଳୀ ଚୋପା ରେ ଭାତୁଡିି ହୋଇଥିବା ଜାଗାକୁ ଘୋଡ଼ାଇ ଉପରେ ଲଗାନ୍ତୁ । ଏହିପରି କରିଲେ ଭାତୁଡ଼ି ଦୂରେଇ ଦେବ।
  • ଭାତୁଡ଼ିକୁ ଶରୀରରୁ ଦୂର କରିବାର ଅନ୍ୟ ଏକ ଉପାୟ ଖଟା ପାଳଙ୍ଗ ପତ୍ର। ଏହି ପତ୍ରଗୁଡିକୁ ଅଳ୍ପ ଜଳରେ ମିଶାଇ ବାଟି ଦିଅନ୍ତୁ ଓ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ଜାଗାରେ ଦିନକୁ ୨ ଥର ଲଗାନ୍ତୁ। କିଛି ଦିନ ଏଭଳି କରିବା ପରେ ଭାତୁଡ଼ି ଦୂରେଇ ଯିବ।
  • ରସୁୁଣର ପ୍ରୟୋଗ ଦ୍ୱାରା ବି ଭାତୁଡ଼ି ହଟାଇ ହେବ । ରସୁଣର କିଛି ଫୁଟର ଚୋପା ଛଡାଇ ଛେଚି ଏକ ପତଳା କପଡ଼ାରେ ପଟ୍ଟି ବାନ୍ଧି ଭାତୁଡ଼ିରେ ରଖନ୍ତୁ । କିଛି ଦିନ ଏପରି କଲେ ଭାତୁଡ଼ି ଦୂରେଇ ଯିବ।
  • ଜଡ଼ା ତେଲର କେତେକ ବୁନ୍ଦା ଆଙ୍ଗୁଳିରେ ନେଇ ଭାତୁଡ଼ି ହୋଇଥିବା ଜାଗାରେ ଲଗାଇଲେ ଧୀରେ ଧୀରେ ଭାତୁଡ଼ି ଦୂରେଇଯିବ।

ପଢନ୍ତୁ; ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

ପିଆଜରେ ଏମିତି  ଗୁଣ ରହିଛି ଯାହା ଭାତୁଡ଼ିକୁ ଦୂରେଇବା ଲାଗି ସହାୟକ ହୋଇଥାଏ। - 8.9

89%

ଭାତୁଡ଼ିକୁ ଶରୀରରୁ ଦୂର କରିବାର ଅନ୍ୟ ଏକ ଉପାୟ ଖଟା ପାଳଙ୍ଗ ପତ୍ର। - 8.7

87%
8.8/10

Very Good!

ଶରୀରରୁ ଭାତୁଡ଼ିକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

ଭାତୁଡ଼ି ପାଇଁ କେତେକ ଲୋକ ପରିଶାନ ହୋଇଯାଇଥାନ୍ତି। ଏହି ଭାତୁଡ଼ି ବଂଶାନୁକ୍ରମିକ ଭାବେ ମିଳିଥାଏ। ଆଉ କେତେକ ଲୋକ ଅଧିକ ସମୟରେ ଖରାରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ।

No Votes Yet

You're not rated yet