• Home
  • Featured
  • ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା
Featured

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା

ପାନକାର୍ଡ଼ ବର୍ତ୍ତମାନ ସମୟରେ ଆମମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଅର୍ଥନୈତିନ ନେଣଦେଣରେ  ମଧ୍ୟ ବ୍ୟବହୃତ ହେଉଛି ପାନ କାର୍ଡ଼ ।

ଏପରିକି ବହୁତ କାମ ଅଛି , ଯାହା ବିନା ପାନରେ ସମ୍ଭବ ନୁହେଁ । ଯେପରି ବ୍ୟାଙ୍କ୍ ଆକାଉଂଟ, ଗାଡ଼ି କିଣିବା, ଶେୟାର, ମ୍ୟୁଚୁଆଲ ଫଣ୍ଡ , ଋଣ ନେବା ଆଦି କାମରେ ପାନ କାର୍ଡ଼ ବହୁତ ଜରୁରୀ।

ପ୍ରଥମେ ପାନ କାର୍ଡ଼ ହଜି ଗଲେ ଆଉ ଥରେ ତିଆରି କରିବା ପାଇଁ ବହୁତ ହଇରାଣ ହେବାକୁ ପଡ଼ୁଥିଲା । କିନ୍ତୁ ଏବେ ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

କଳାଧନ କାରବାରକୁ ରୋକିବା ପାଇଁ ସରାକାର ନିୟମକୁୁ ଖୁବ୍ କଡ଼ାକଡ଼ି କରିଦେଇଛନ୍ତି।  ଯଦି ଆପଣଙ୍କ ପାନ କାର୍ଡ କେଉଁଠି ହଜିଯାଇଛି ,ତାହାଲେ କିଛି ଚିନ୍ତିତ ହୁଅନ୍ତୁ ନା,ସରକାର ଏହାକୁ ବହୁତ ସହଜ କରିଦେଇଛନ୍ତି । ଆପଣଙ୍କୁ ନୂଆ ନମ୍ବର ନେବା ପାଇଁ ବିଲକୁଲ ହଇରାଣ ହେବାପାଇଁ ପଡ଼ିବନାହିଁ । ଆପଣ ପୁରୁଣା ପାନକୁ ହିଁ ରିପ୍ରଂଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ । ସବୁକିଛି ଘରେ ବସି ମୋବାଇଲରେ ହୋଇଯିବ ।

ଯଦି ଆପଣଙ୍କ ପାନ କାର୍ଡ଼ ହଜିଯାଇଛି, କି୍ମ୍ବା ଆପଣ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି, ତେବେ ଆପଣ ଡୁପ୍ଲିକେଟ୍ ପାନକାର୍ଡ଼ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ସେଥିରେ କିଛି ଭୁଲ ଥିଲେ ଆପଣ ଶଂସୋଧନ ମଧ୍ୟ କରିପାରିବେ । ଜାଣନ୍ତୁ କେମିତି ସେହି ପାନ କାର୍ଡ ର ରିପ୍ରିଣ୍ଟ  କରିପାରିବେ ,

-ପ୍ରଥମେ ଆପଣ  https://www.onlineservices.nsdl.com ୱେବପେଜ୍ କୁ ଲଗିନ କରିବାକୁ ପଡିବ।

-ସେଠାରେ apply online ଆପ୍ଲିକେସନ ଟାବ କରି ଡ୍ରପ ଡାଉନ ମେନୁରେ ଥିବା ଶେଷ ଅପ୍ସନରେ କରେକ୍ସନ କରନ୍ତୁ । ପରେ ରିପ୍ରିଂଟରେ ଟାବ କରନ୍ତୁା

-ଏହାପରେ ଆପଣଙ୍କୁ ନାମ, ମୋବାଇଲ ନମ୍ବର, ଜନ୍ମ ତାରିଖ ଦେବାକୁ ପଡ଼ିବ । ପାନକାର୍ଡ଼ରେ ଦେଇଥିବା ନମ୍ବର ହିଁ ଏଠାରେ ଦିଅନ୍ତୁ ।

-ଶେଷରେ ଅପାଣଙ୍କୁ ପାନନମ୍ବର ଦେବାକୁ ପଡ଼ିବ । ଏହି ଡିଟେଲ ଦେବା ପରେ ଆପଣଙ୍କୁ ପଚରାଯିବ ଆପଣ କ’ଣ କରିବା ପାଇଁ ଚାହାନ୍ତି ।

-ସେଠାରେ ଆପଣଙ୍କୁ ରିପ୍ରିଂଟ କରିବା ପାଇଁ ପଡ଼ିବ । ଆଉ ଏଥିରେ ଥିବା କରେକ୍ସନ ଡିଟେଲ ଅପ୍ସନକୁ ଛାଡ଼ି ଦିଅନ୍ତୁ । ଏହାପରେ ଫି ଦେଇ ସବମିଟ୍ କରନ୍ତୁ । କାର୍ଡ଼ ଆପଣଙ୍କ ଠିକଣାରେ ପହଞ୍ଚିଯିବ ।

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା pancard

ପଢନ୍ତୁ ;

“ମନଖୋଲା ହସୁଥିବା ବ୍ୟକ୍ତି ଦୀର୍ଘଜୀବୀ ” ଜାଣନ୍ତୁ ଏହାର କାରଣ

Related posts

Ruchi Prativa Samman – 2017 At Saheed Bhawan On August 19

Krishna Kumar Manoj

ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ

Krishna Kumar Manoj

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More