LIFESTYLE

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତଦିନ ଆସିଲାଣି । ସାଧାରଣତଃ ଏହି ସମୟରେ ତ୍ୱଚା ଶୁଷ୍କ ଦେଖାଯାଏ ଓ ତ୍ଵଚା ର ଉଜ୍ଜଳତା ହ୍ରାସ ପାଏ ।  ଯେତେ ଅଧିକ ପରିମାଣର ମଶ୍ଚରାଇଜର, ତେଲ, କ୍ରିମ ଲଗାଇଲେ ମଧ୍ୟ ମୁହଁରେ ଚମକ ଆସେ ନାହିଁ । ତେବେ ଚମକ ପାଇଁ ବିଭିର୍ଣ୍ଣ ଉପାୟ ତ ରହିଛି କିନ୍ତୁ ଘରୋଇ ଉପାୟ ରେ ଷ୍ଟିମ୍‌ ଜରିଆରେ ବି ଆପଣ ପାଇ ପାରିବେ ନିଜ ତ୍ୱଚାରେ ହଜିଯାଇଥିବା ଚମକକୁ। ତେବେ କିପରି କରିବା ଏହି ପ୍ରାକୃତିକ ଘରୋଇ ଉପାୟ, ଆସନ୍ତୁ ନଜର ପକେଇବା ।

  • ତୁଳସୀ ପତ୍ର, ଅଲିଭ ତେଲ, ଗୋଲାପ ଜଳ,ଗ୍ରୀନ ଟି, ଲେମ୍ବୁ ରସ, ମହୁ କିମ୍ବା ଆଲୋଭେରା ରସ ଭିତରୁ ଆପଣଙ୍କ ପସନ୍ଦର ଯେକୌଣସି ଦ୍ରବ୍ୟ ଗରମ ପାଣିରେ ପକାଇ ଷ୍ଟିମ୍‌ ନେଇପାରିବେ ।
  • ଷ୍ଟିମ୍ ନେବା ସମୟରେ ମୁଣ୍ଡରେ ଏ ମୋଟା ତଉଲିଆ ଘୋଡାଇ ଗରମ ପାଣି ପାତ୍ରରେ ମୂହଁକୁ ଦେଖାନ୍ତୁ । ସେହି ବାମ୍ଫରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ରହିବେ।
  • ମନେ ରଖିବେ  ଷ୍ଟିମ୍‌ ନେବା ପୂର୍ବରୁ ତ୍ୱଚାରେ କୌଣସି ପ୍ରକାର ସ୍କ୍ରବର ବ୍ୟବହାର କରିବେ ନାହିଁ । କେବଳ ଆପଣ ବ୍ୟବହାର କରୁଥିବା କୌଣସି ଫେଶୱାଶରେ ତ୍ୱଚାକୁ ଭଲ ଭାବେ ସଫା କରିବେ ।
  • ଷ୍ଟିମ୍‌ ନେବା ପରେ ହାଲକା ଉଷୁମ ପାଣିରେ ତ୍ୱଚାକୁ ଭଲ ଭାବେ ଧୋଇ ଦେବେ ଏବଂ ମୁଲତାନି ମାଟିର ଏକ ଫେସପ୍ୟାକ୍‌ ଲଗାଇବେ କିମ୍ବା ଟୋନର ସାହାଯ୍ୟରେ ତ୍ୱଚାକୁ ହାଲୁକା ଭାବେ ପୋଛି ମଶ୍ଚରାଇଜର ଲଗାଇବେ । ଖାଲି ମହୁ ମଧ୍ୟ ଲଗାଇପାରିବେ ।

ସପ୍ତାହରେ ଥରେ ଆପଣ ଏହି ଉପାୟରେ ଷ୍ଟିମ୍‌ ନେଇ ପାରିବେ ।

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ   ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ପଢନ୍ତୁ, ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

Related posts

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

Krishna Kumar Manoj

ଜାଣନ୍ତୁ ଗରମ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆରମ ମିଳିଥାଏ

Krishna Kumar Manoj

ଗରମ ପାଣି ପିଇବା ଦ୍ଵାରା କ’ଣ ହୁଏ ?ଆସନ୍ତୁ ଜାଣିବା ଏହାର ୫ଟି ଉପକାରିତା

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More