LIFESTYLE

ଶୀତଦିନେ ସୁସ୍ଥ ଓ କୋମଳ ତ୍ୱଚା ପାଇବାର କିଛି ସରଳ ଉପାୟ! ଜାଣିରଖନ୍ତୁ

winter

ଶୀତଦିନେ ତ୍ୱଚାର ଯତ୍ନ ନେବା ଭାରି କଷ୍ଟ ଲାଗେ। କାରଣ ଶୀତଦିନେ ପାଣି ବି ଥଣ୍ଡା ଲାଗେ । ଯେଉଁଥିପାଇଁ ଅନେକ ଲୋକ ତ୍ୱଚାର ଯତ୍ନ ନେବାକୁ ଅବହେଳା କରନ୍ତି । କିନ୍ତୁ ତ୍ୱଚାର ଯତ୍ନ ନେବା ଜରୁରୀ ଅଟେ । କାରଣ ତ୍ୱଚାକୁ ଯତ୍ନ ନ ନେଲେ ତ୍ୱଚା ଶୁଷ୍କ ପଡିଯାଏ । ଯାହା ଫଳରେ ତ୍ୱଚା କୁଂଚିତ ଓ ରୁକ୍ଷ ଦେଖାଯାଏ । ଯଦି ଆପଣ ଏଭଳି କିଛି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରାକୃତିକ ଉପଚାର କରନ୍ତୁ। ଯାହା ଆପଣଙ୍କ ତ୍ୱଚାର ଶୁଷ୍କ, ତୈଳାକ୍ତ, ରୁକ୍ଷ ପଣରୁ ମୁକ୍ତି ଦେବ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଗ୍ଲିସେରିନ୍‌, ଲେମ୍ବୁ ଏବଂ ୩-୪ ବୁନ୍ଦା ଗୋଲାପଜଳ ମିଶାଇ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଲଗାନ୍ତୁ। ସକାଳେ ହାଲ୍‌କା ଉଷୁମ ପାଣିରେ ଧୋଇ ଦିଅନ୍ତୁ।
  • ଶୀତଦିନେ ଲେମ୍ବୁ ଏବଂ ଚିନି କିମ୍ବା ମହୁ ଏବଂ ଲେମ୍ବୁର ମିଶ୍ରଣକୁ ହାତରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ଫରକ୍‌ ଅନୁଭବ କରିବେ।
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। କମଳା, ଗାଜର, ପାଳଙ୍ଗ, ମେଥି ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ। ଜୁସ୍‌ ପିଅନ୍ତୁ।

winter

  • ସାବୁନ୍‌ର ବ୍ୟବହାର କମ୍‌ କରନ୍ତୁ। ତ୍ୱଚା ଡ୍ରାଏ ହୋଇଥିଲେ ସ୍କ୍ରବ୍‌ ବି କରନ୍ତୁ ନାହିଁ। କାରଣ ଏହାଦ୍ୱାରା ତ୍ୱଚାରେ ଥିବା ପୋର୍ସ ଖୋଲିଥାଏ ସତ କିନ୍ତୁ ତ୍ୱଚା ଅଧିକ ଡ୍ରାଏ ଦେଖାଯାଏ। ତୈଳାକ୍ତ ତ୍ୱଚା ହୋଇଥିଲେ ସ୍କ୍ରବ୍‌ କରନ୍ତୁ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅନେକେ ସୂର୍ଯ୍ୟକିରଣରେ ବସିଥାନ୍ତି। ଏହାଦ୍ୱାରା ତ୍ୱଚାରେ ଟ୍ୟାନିଂ ହୋଇଥାଏ। ତେଣୁ ଶୀତଦିନେ ବି ସନ୍‌ସ୍କ୍ରିନ୍‌ର ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
  • ପାଣି ପ୍ରଚୁର ମାତ୍ରାରେ ପିଅନ୍ତୁ। ଏହାଦ୍ୱାରା ତ୍ୱଚା ନମନୀୟ ହେବା ସହ ଗ୍ଲୋ ବି କରିବ।
  • ଗାଧୋଇବାର ୧ ଘଣ୍ଟା ପୂର୍ବରୁ ନଡିଆ ତେଲ ଲଗାନ୍ତୁ। ଦେଖିବେ ତ୍ୱଚା କୋମଳ ରହିବ।

ପଢନ୍ତୁ; ଭେଣ୍ଟିଲେଟରରେ କାଦର ଖାନ

Related posts

ସୁସ୍ଥ ରହିବା ପାଇଁ ସ୍କିପିଂ କେତେ ଉପକାରୀ ଆସନ୍ତୁ ଜାଣିବା

ENO Beuro

ଛିଣ୍ଡା କ୍ଷୀର ପିଉଛନ୍ତି କି!!! ଜାଣନ୍ତୁ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକାଏ

Ratnamani Moharana

ଦୁଃଖ ସମୟରେ ପୁରୁଷମାନଙ୍କ ମନ କଥା କେଉଁ ମାନେ ବୁଝିଥାନ୍ତି? ଜାଣନ୍ତୁ

ENO Beuro

Leave a Comment