LIFESTYLE

ଗହଣାର ଚମକକୁ ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ଦାମୀ ଅଳଙ୍କାର ବା ଫ୍ୟାଶନ୍ ଗହଣାକୁ ଅଧିକ ସମୟ ପର୍ୟ୍ୟନ୍ତ ବ୍ୟବହାର କରିବା ପାଇଁ ଏହାର ଯତ୍ନ ନେବା ଆବଶ୍ୟକ ଅଟେ । ନିଜ ଗହଣାର ଚମକକୁ ବଜାୟ ରଖିବା ପାଇଁ ତାର ଉଚିତ ଯତ୍ନ ନେବା ଦରକାର  । ଫ୍ୟାଶନ୍ ଗହଣାକୁ ପ୍ରତ୍ୟେକ ଦିନ ବ୍ୟବହାର କରନ୍ତୁ ନାହିଁ  କିମ୍ବା  ଏହାକୁ ଏସିଡ୍ଆଲକୋହଲ୍ଭିନେଗାର ବା ଆମୋନିୟା ଭଳି କ୍ଲିନ୍ଜର୍ ରେ ସଫା କରନ୍ତୁ ନାହିଁ ।
-ପିତ୍ତଳ, ତମ୍ବା ବା ବ୍ରୋଞ୍ଜର ଅଳଙ୍କାର ଅକ୍ସିଡାଇଜ୍ ହୋଇ ନିଜର ଅସଲି ରଙ୍ଗ ହରାଇଥାନ୍ତି  । ସେଥିପାଇଁ କ୍ରିମ୍ପର୍‌ଫ୍ୟୁମ୍ ଆଦି ଲଗାଇବା ପୂର୍ବରୁ ନିଜ ଗହଣାକୁ ଓହ୍ଲାଇ ଦିଅନ୍ତୁ । -ନିଜର ଫ୍ୟାଶନ୍ ଗହଣା ପ୍ରତିଦିନ ପିନ୍ଧନ୍ତୁ ନାହିଁ  । ଏହା ପ୍ରତିଦିନ ପିନ୍ଧିବାକୁ ହୋଇନଥାଏ  । ଯଦି ଏହାକୁ ଆପଣ ପ୍ରତିଦିନ ପିନ୍ଧିବେ ତେବେ ଏହାର ରଙ୍ଗ ଓ ଚମକରେ ପରିବର୍ତ୍ତନ ଆସିଥାଏ ।

-ଅଳଙ୍କାରକୁ ସଫା ଓ ଶୁଷ୍କ ରଖନ୍ତୁ  । ଫ୍ୟାଶନ ଗହଣା କୌଣସି ପ୍ରକାର କ୍ରିମ୍ କେମିକାଲ୍ ଉତ୍ପାଦ ଲୋଶନ୍ପ ରଫ୍ୟୁମ୍ତେ ଲ କିମ୍ବା ପାଣି ସଂସ୍ପର୍ଶରେ ଆସିଲେ ନିଜର ଅସଲି ରଙ୍ଗ ହରାଇଥାନ୍ତି ।

– ନିଜର ଅଳଙ୍କାରକୁ ଲମ୍ବା ସମୟ ପର୍ୟ୍ୟନ୍ତ ବ୍ୟବହାର କରିବା ପାଇଁ ପ୍ରତ୍ୟେକ ଥର ବ୍ୟବହାର କରିବା ପରେ ଏହାକୁ ସଫା କରିବା ପାଇଁ ଭୁଲିବେ ନାହିଁ  । ଏହାକୁ ରେଶମ କପଡା ଦ୍ୱାରା ସଫା କରନ୍ତୁ  । ଝାଳମଇଳା ଦ୍ୱାରା ଅଳଙ୍କାରର ଚମକ ଫିକା ପଡିଥାଏ  । ଆମୋନିୟାଆଲ୍‌କୋହଲଭିନେଗାର ବା ଏସିଡ୍ ଯୁକ୍ତ କ୍ଲିନ୍ଜର୍ ଦ୍ୱାରା ଏହାକୁ ସଫା କରନ୍ତୁ ନାହିଁ   ନହେଲେ ଏହା ଆପଣଙ୍କ ଅଳଙ୍କାର ଉପରେ ଖରାପ ପ୍ରଭାବ ପକାଇଥାଏ ।

-ନିଜର ଅଳଙ୍କାର ସାବଧାନତାର ସହ ତୁଳାବଟର ପେପର୍ଭେଲ୍‌ଭେଟ୍ ବାକ୍ସ ବା ଚେନ୍ ଥିବା ବ୍ୟାଗରେ ରଖନ୍ତୁ  । ଫ୍ୟାଶନ୍ ଅଳଙ୍କାରକୁ ଝୁଲାଇ ରଖିବା ସହ ସମସ୍ତ ଅଳଙ୍କାରକୁ ଅଲଗା ଅଲଗା ରଖନ୍ତୁତଦ୍ୱାରା ଏହା ଏକାଠି ଗୁଡାଇ ହେବ ନାହିଁ  ।

ପଢନ୍ତୁ ;

ତୃତୀୟ ରାଉଣ୍ଡକୁ ପ୍ରବେଶ କଲେ ;ଶାରାପୋଭା, ହାଲେପ, ଜୋକୋଭିଚ୍‌, ଫେଡେରର

 

 

Related posts

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ENO Beuro

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଖାଇବା ମଝିରେ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ମାରାତ୍ମକ ରୋଗ

ENO Beuro

Leave a Comment