ବିୟରକୁ କେଶରେ କିପରି ବ୍ୟବହାର କରିବେ ଜାଣନ୍ତୁ
ବିୟର ଆମ ଶରୀର ପାଁଇ କେତେ ଉପକାରୀ କି ଅପକାରୀ ତାହା ତ ଆମେ ଆକଳନ କରିପାରିବା ନାହିଁ । କିନ୍ତୁ ଏହି ବିୟର ଆମ କେଶ ପାଁଇ ଅନେକ ଲାଭକାରୀ ପ୍ରମାଣିତ ହେଇଚି । ଏହା ଆମ କେଶକୁ ସୁନ୍ଦର ଓ ମଜବୁତ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କେମିତି କରିବା ।
ବିୟରରେ କେଶ ଧୋଇବା ଦ୍ୱାରା ଚିକଣ ଓ ସୁନ୍ଦର ରହେ । ଏହା ଦ୍ଵାରା କେଶ ଗହଳିଆ ହେଇଥାଏ । ଯେତେବେଳେ ଆପଣ ନିଜ ବାଳ ଡ୍ରାଏ କରୁଛନ୍ତି ସେ ସମୟରେ ବିୟର ରେ ସ୍ପ୍ରେ କରନ୍ତୁ ଦେଖିବେ କେଶ ଝାଡ଼ିବା ପରି ସମସ୍ୟା ମଧ୍ୟ ଦୁରେଇ ଯିବ । ଯେଉଁ କେଶ ଶୁଖିଲା ହୋଇକି ଝଡିଯାଏ ତା ପାଁଇ ବିୟର ରେ ସ୍ପ୍ରେକରିବା ଦ୍ୱାରା ବେଶ ଲାଭକାରୀ ହେଇଥାଏ ।
ଅଧିକ ଥଣ୍ଡା ବିୟରରେ କେଶକୁ ଧୁଅନ୍ତୁ ନାହିଁ । ବିୟର ହେଉଛି ଏକ ନାଟୁରଲ କଣ୍ଡିସନାର ପରି ଯଦି ଆପଣ ଭାବୁଛନ୍ତି କି ଏହା କରିବା ଦ୍ୱାରା କିଛି ଲାଭ ମିଳୁନି ତ ଆପଣ ଚାହିଁଲେ ସାମ୍ପରେ ମଧ୍ୟ କେଶକୁ ଧୋଇ ପାରିବେ । ଯଦି ଆପଣ ବିୟର କିଣୁଛନ୍ତି କେଶରେ ଲଗାଇବା ପାଇଁ ତେବେ ଭଲ କ୍ୱାଲିଟିର ହିଁ କିଣନ୍ତୁ । କାରଣ ଏହା ଦ୍ଵାରା ଆପଣଙ୍କ କେଶରେ କିଛି ଖରାପ ଇଫେକ୍ଟ ପଡିବ ନାହିଁ ।
ପଢନ୍ତୁ ;
ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ