ବହୁତ ସମୟରେ ଆମେ ବ୍ରସ , ପାନିଆ ଓ ଟାୱେଲ ବ୍ୟବହାର କରିବା ସମୟରେ ତା’ର ଅବଧି ବିଷୟରେ ଧ୍ୟାନ ଦେଇନଥାଉ । ଆମେ ଏସବୁ ବସ୍ତୁ ସେତେଦିନ ବ୍ୟବହାର କରୁ ଯେତେ ଦିନ ଯାଏଁ ଏହା ସଂପୂର୍ଣ୍ଣ ନଷ୍ଟ ନ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି ତେବେ ସତର୍କ ରୁହନ୍ତୁ, କାରଣ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି । ଆସନ୍ତୁ ଜାଣିବା ଏସବୁ ବସ୍ତୁକୁ କେତେ ଦିନ ବ୍ୟବହାର କରିବା ଉଚିତ :-
- ବ୍ରସକୁ ଆପଣ କେବଳ ୩ ମାସ ବ୍ୟବହାର କରିପାରିବେ । ତା’ ଠାରୁ ଅଧିକ ଦିନ ବ୍ୟବହାର କଲେ ଦାନ୍ତ ଓ ଗଳାଜନିତ ଅନେକ ରୋଗର ଶିକାର ହୋଇପାରନ୍ତି ।
- ଆପଣ ବ୍ୟବହାର କରୁଥିବା ପାନିଆକୁ ସପ୍ତାହରେ ଠାରେ ନିଶ୍ଚିତ ସଫା କରନ୍ତୁ । ଗୋଟେ ପାନିଆକୁ ବର୍ଷେରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ନଚେତ ଆପଣଙ୍କ ସୁନ୍ଦର ଓ ମୂଲ୍ୟବାନ କେଶ ହରାଇ ପାରନ୍ତି ।
- ସେହିପରି ଗାଧୁଆ ବେଳେ ବ୍ୟବହୃତ ଟାୱେଲକୁ ମଝିରେ ମଝିରେ ଗରମ ପାଣିରେ ଭଲରେ ସଫା କରନ୍ତୁ । ଟାୱେଲ ଯେତେ ସୁନ୍ଦର ଓ ଦାମୀ ହେଇଥାଉ ନା କାହିଁକି ତାକୁ ୩ ବର୍ଷରୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।
ପଢନ୍ତୁ, ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ