LIFESTYLE

ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

By Krishna Kumar Manoj

July 26, 2018

ଲେମ୍ବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିିକୁ ବୃଦ୍ଧି କରିଥାଏ, ଯାହାଫଳରେ ଥଣ୍ଡା, କାଶ, ଜ୍ୱର ଆଦି ଆମ ଶରୀରରୁ ବହୁତ ଦୂରରେ ରହିଥାଏ । ଏଥିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମହଜୁଦ୍ ହୋଇ ରହିଥାଏ । ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ଏହି ତେଲକୁ ତିଆରି କରିବେ ।

ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ କିପରି ତିଆରି କରିବେ ଜାଣନ୍ତୁ

ଆଜିକାଲି ଲୋକଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ଚୋପାରୁ ଏକ ଖାସ୍ ତେଲ ତିଆରି କରିପାରିବା । ଏକ କପ ଅଲିଭ ତେଲ, ୨ଟି ବଡ ଲେମ୍ବୁ, ୫ଟି ୟୁକାଲିପଟାସର ପତ୍ରକୁ ନେଇ ଏହି ତେଲ ତିଆରି କରିପାରିବେ ।

ଏହି ଖାସ୍ ତେଲ ତିଆରି କରିବା ପାଇଁ ପ୍ରଥମେ ଲେମ୍ବୁର ଚୋପାକୁ ଛୋଟ ଛୋଟ ଖଣ୍ଡ କାଟି ଗୋଟିଏ ଜାରରେ ରଖିବା ସେଥିରେ ଅଲିଭ ତେଲକୁ ମିଶାଇବା ।  ଲେମ୍ବୁର ଚୋପା ଯେମିତି ତେଲରେ ସମ୍ପୂର୍ଣ୍ଣ ଭାବରେ ବୁଡିକି ରହିବ । ୟୁକାଲିପଟାସର ପତ୍ରକୁ ଛୋଟ ଛୋଟ କାଟି ଏଥିରେ ମିଶାଇଦେବା । ଜାରର ମୁହଁକୁ ଭଲଭାବରେ ବନ୍ଦକରି ଏକ ଥଣ୍ଡା ଯାଗାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖିଦେବେ ।

ପ୍ରାୟତଃ ଦୁଇ ସପ୍ତାହ ପରେ ଏହାକୁ ଛାଣିଦେବା । ଏହି ତେଲକୁ ସପ୍ତାହରେ ପ୍ରାୟତଃ ତିନି ଥର ଯଦି ମାଲିସ କରିବା ତେବେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ।

ପଢନ୍ତୁ ; ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା