News

ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

ଦେବ ଦେବ ମହାଦେବଙ୍କ ଠାରେ ଲାଗି କରନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ , ଅଶୁଭ ହୋଇପାରେ

ଦେବ ଦେବ ମହାଦେବ ଶିଵ ଶଙ୍କର । ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ମହାଦେବ । ତ୍ରିଦେବଙ୍କ  ଭିତରୁ ମହାଦେବ ହେଉଛନ୍ତି ସଂହାରକର୍ତ୍ତା । ଏଣୁ ତାଙ୍କୁ ମହାକାଳ ନାମରେ ମଧ୍ୟ ପୂଜା କରାଯାଏ । ମହାଦେବ କୋପେ ବର ନହେଲେ ତପେ ବର ଦିଅନ୍ତି । ଶିବଙ୍କୁ ସୋମବାରରେ କିଛି ନିର୍ଦ୍ଧିଷ୍ଟ ଦ୍ରବ୍ୟ ଚଢେଇ ପୂଜା କଲେ ମନୋକମାନ ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ଅଛି ।  ଯେମିତି କି , ତ୍ରିଶାଖା ବେଲପତ୍ର , କ୍ଷୀର , ଅରଖ ଫୁଲ , ଦୁଦୁରା ଫୁଲ , ଚମ୍ପା ଫୁଲ ଅତ୍ୟାଦି ମହାଦେବଙ୍କ ପ୍ରିୟ । ଏସବୁ ଲାଗି କରି ପୂଜା କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ଓ ମନୋବାଞ୍ଛିତ ଫଳ ଦିଅନ୍ତି ।

ମାତ୍ର ମହାଦେବଙ୍କୁ କିଛି ଲାଗି କଲା ସମୟରେ କେତେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ନିର୍ଦ୍ଧିଷ୍ଟ କିଛି ଦ୍ରବ୍ୟ ଅଛି ଯାହା ଭଗବାନ ଶିବଙ୍କୁ ଲାଗି କରାଯାଏ ନାହିଁ । ନଚେତ ଅଶୁଭ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ଲାଗି କରାଯାଏ ନାହିଁ ଓ କାହିଁକି :-

  • ଭଗବାନ ଶିବଙ୍କ ପୂଜା ସମୟରେ ଶଙ୍ଖ ବ୍ୟବହାର କରିବା ଅନୁଚିତ। ତା’ପଛରେ ଥିବା କଥାଟି ଏମିତି। ଶିବ ଶଙ୍ଖଚୂଡ଼ା ନାମକ ଅସୁରର ବଦ୍ଧ କରିଥିଲେ। ସେ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ଆଉ ଶଙ୍ଖକୁ ସେହି ଅସୁରର ପ୍ରତୀକ ବୋଲି କୁହାଯାଏ। ଏଣୁ ଭଗବାନ ବିଷ୍ଣୁଙ୍କ ପୂଜା କରିବା ସମୟରେ ଶଙ୍ଖ ବ୍ୟବହାର କରାଯାଏ। କିନ୍ତୁ ଶିବଙ୍କ ପୂଜା ବେଳେ ଏହାକୁ ବ୍ୟବହାର କରାଯାଏ ନାହିଁ।
  • ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ବିଶେଷ ମହତ୍ତ୍ୱ ରହିଛି। ସବୁ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଭଗବାନ ଶିବଙ୍କଠାରେ ଏହାକୁ ଅର୍ପଣ କରାଯାଏ ନାହିଁ। ଭୁଲ୍ ବଶତଃ ଭଗବାନ ଶିବଙ୍କଠାରେ ତୁଳସୀ ପତ୍ର ଲାଗି ହେଲେ ପୂଜା ପୂର୍ଣ୍ଣ ହୁଏ ନାହିଁ।
  • ଭଗବାନ ଶିବଙ୍କଠାରେ ରାଶି ଅର୍ପଣ କରନ୍ତୁ ନାହିଁ। କାରଣ ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ୍ନ ହୋଇଛି ବୋଲି କୁହାଯାଏ।
  • ଭଗବାନ ଶିବଙ୍କୁ ଭାଙ୍ଗି ଯାଇଥିବା ଚାଉଳ ଅର୍ପଣ କରନ୍ତୁ ନାହିଁ।
  • କୁମ୍‌କୁମ୍‌କୁ ସୌଭାଗ୍ୟର ପ୍ରତୀକ କୁହାଯାଏ। ତେବେ ଭଗବାନ ଶିବ ବୈରାଗୀ ହୋଇଥିବା ଯୋଗୁଁ ତାଙ୍କଠାରେ କୁମ୍‌କୁମ୍‌ ଅର୍ପଣ କରାଯାଏ ନାହିଁ।
  • ହଳଦୀକୁ ଭଗବାନ ବିଷ୍ଣୁଙ୍କଠାରେ ଅର୍ପଣ କରାଯାଏ। ତେଣୁ ଏହାକୁ ଭଗବାନ ଶିବଙ୍କଠାରେ ଅର୍ପଣ କରାଯାଏ ନାହିଁ।

ପଢନ୍ତୁ, ଘରେ ଏହି ଛୋଟଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ହୋଇପାରେ ବଡ ସମସ୍ୟା

Related posts

ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

ENO Beuro

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ: ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

Ratnamani Moharana

ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ENO Beuro

1 comment

Leave a Comment