LIFESTYLE

କେଶ ଓଦା ଥିବା ସମୟରେ ଏହି ସବୁ କାମ କରିବା ଦ୍ଵାରା କେଶ ଝଡ଼ିଥାଏ: ଜାଣନ୍ତୁ କଣ ସେଗୁଡିକ

ଆଜିର ଦିନରେ କେଶ ଝଡିବା  ଏକ ସାଧାରଣ କଥା। ସେ ପୁରୁଷ ହୁଅନ୍ତୁ ଅବା ନାରୀ ସମସ୍ତଙ୍କର କେଶ ଝଡୁଛି ଏନେଇ  ସମସ୍ତେ ଚିନ୍ତିତ। ଡାକ୍ତରଙ୍କ ଅନୁଯାଇ କେଶ ଝଡିବା ଏକ ସାଧାରଣ କଥା ମାତ୍ର ସେ କେଶ ଜାଗାରେ ନୂଆ କେଶ ନ ଉଠିବା ଏକ ପ୍ରମୁଖ କାରଣ। ତେବେ ଆମେ ନୀତିଦିନ ଜୀବନରେ କରୁଥିବା କିଛି ଭୁଲ  ଯୋଗୁ ମଧ୍ୟ ଏକ ହୋଇପାରେ। କେଶ ଆମ ଶରୀରର ଏକ ସୂକ୍ଷ୍ମ କୋଷିକା  ଏହାର ଅଭାବରେ ଚନ୍ଦାପଣ ପରି ଅନୁଭୂତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଶର କିପରି  ଯତ୍ନ ନେଲେ ଏହା ସୁନ୍ଦର, ଲମ୍ବା, କୋମଳ ଓ କେଶ ନଝଡିବ ଏହାର ସଠିକ ପ୍ରକ୍ରିୟା ବିଷୟରେ ଜାଣିବା।

କେଶରେ ଡ୍ରାୟର ବ୍ୟବହାର କରିବା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହି। ସମୟ ବଞ୍ଚାଇବା ପାଇଁ ଆମେ  ବିଭିନ୍ନ ପ୍ରକାର ମେସିନର ବ୍ୟବହାର କରୁ ସେପରି କେଶକୁ ଶୀଘ୍ର ଶୁଖାଇବା ପାଇଁ ପ୍ରାୟତଃ ମହିଳାମାନେ ଡ୍ରାୟର ବ୍ୟବହାର କରିଥା’ନ୍ତି। ଏମିତି କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଡ୍ରାୟରର ହିଟ୍ କେଶକୁ କ୍ଷତି ପହଞ୍ଚାଇଥାଏ ଏବଂ କେଶର ମୂଳକୁ ଦୂର୍ବଳ କରିଥାଏ ।

ଓଦା କେଶକୁ ଟାୱେଲରେ ଘଷି ପୋଛିବା

ଓଦା କେଶକୁ ସୁଖାଇବା ପାଇଁ ଆମେ କେଶ ଧୋଇବା ପରେ  ଟାୱେଲରେ ଜୋରରେ ଘଷି ଘଷି ପୋଛିଥାଆନ୍ତି। ହେଲେ ଏପରି କରିବା ଆଦୌ ଉଚିତ ନୁହେଁ। କାରଣ ଆମ କେଶ ନରମ ଥାଏ ତେଣୁ ଏପରି କରିବା ଦ୍ଵାରା କେଶ ଝଡିଥାଏ।

ଓଦା କେଶକୁ କୁଣ୍ଡାଇବା

ଓଦା କେଶରେ ସଙ୍ଗେ ସଙ୍ଗେ ପାନିଆ ବ୍ୟବହାର କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା କେଶ ଦୁର୍ବଳ ହୋଇଥାଏ। ଫଳରେ ଅଧିକ ଝଡ଼ିଥାଏ। ତେଣୁ କେଶକୁ ପ୍ରଥମେ ଶୁଖାନ୍ତୁ ଏହାପରେ ପାନିଆରେ କୁଣ୍ଡାନ୍ତୁ ।

ସଠିକ ପାନିଆର ବ୍ୟବହାର

ଆମେ କେଶ ପାଇଁ ତ ବହୁତ କିଛି କରୁ ମାତ୍ର କେବେ ପାନିଆର ସଠିକ ଚୟନ କରିନଥାଉ। ସବୁବେଳେ କେଶକୁ ବଡ ଦାନ୍ତ ଥିବା ପାନିଆରେ କୁଣ୍ଡାଇବା ଦରକାର।
ପଢନ୍ତୁ: ହାଇ ହିଲ୍ସ ପିନ୍ଧୁଛନ୍ତି କି!!! ହୋଇଯାନ୍ତୁ ସାବଧାନ ଏହା ଶରୀର ଉପରେ ପକାଏ କୁପ୍ରଭାବ

Related posts

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ENO Beuro

ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା,ଆସନ୍ତୁ ଜାଣିବା

ENO Beuro

ଅଦ୍ଭୁତ ପରମ୍ପରା :୫ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

ENO Beuro

Leave a Comment