Entertainment

ହ୍ରିତିକ କ’ଣ ପୁଣି ଥରେ ବିବାହ କରିବେ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

୨୦୧୪ରେ ପତ୍ନୀ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେବା ପରେ ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ କେତେଜଣ ଅଭିନେତ୍ରୀଙ୍କ ନାମ ଯୋଡି ହେବାର ଚର୍ଚ୍ଚା ହୋଇଥିଲା । ମାତ୍ର ନିକଟରେ ମିଳିଥିବା ରିପୋର୍ଟ ଅନୁସାରେ, ହ୍ରିତିକ ପୁଣି ବାହା ହେବାକୁ ଯୋଜନା କରିଛନ୍ତି ।

ତେବେ ହ୍ରିତିକଙ୍କ ଜୀବନରେ ଆଉ କେହି ନୁହନ୍ତି, ସୁଜାନେଙ୍କ ପୁନଃ ପ୍ରବେଶ ହେବାକୁ ଯାଉଛି । ସେମାନେ ଆଉ ଥରେ ବିବାହ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।  ଏହି ପ୍ରେମୀ ଯୁଗଳ ୨୦୦୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀର୍ଘ ୧୪ ବର୍ଷ ବୈବାହିକ ଜୀବନ କଟାଇବା ପରେ ୨୦୧୪ରେ ଦୁହେଁ ଆଇନତଃ ଅଲଗା ହୋଇଯାଇଥିଲେ । ପ୍ରେମ ବିବାହ ଏବଂ ପରେ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥିଲେ ହ୍ରିତିକ ଓ ସୁଜେନ ।

ବିବାହ ବିଚ୍ଛେଦ ହେବାର କିଛି ବର୍ଷ ପରେ ଦୁହେଁ ପୁଣିଥରେ ଏକାଠି ରହିବାକୁ କୁଆଡେ ନିଷ୍ପତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାର କାରଣ କ’ଣ ଜାଣନ୍ତି କି? ପିଲାଙ୍କ ପାଇଁ । ଅର୍ଥାତ, ଦୁଇ ପୁଅଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଏଭଳି ନିଷ୍ପତି ନେଇଛନ୍ତି ବୋଲି ଆଲୋଚନା ହେଉଛି ।ତେବେ ଏ ବେଇ ଉଭୟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଉଲ୍ଲେଖଯୋଗ୍ୟ ବିବାହ ବିଚ୍ଛେଦ ପରେ ମଧ୍ୟ ଦୁଇ ଜଣଙ୍କୁ ପିଲାଙ୍କ ସହିତ ଏକାସହ ଛୁଟି କଟାଇଥିବାର ଦେଖିବାକୁ ମିଳିଥିଲା । ଏବଂ ହ୍ରିତିକଙ୍କ ଜନ୍ମଦିନରେ ମଧ୍ୟ ସୁଜେନ ଏକ ଫଟୋ ପୋଷ୍ଟ କରିବା ସହିତ ଏକ ସୁନ୍ଦର ମେସେଜ ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ, ୨୦୦୦ରେ ଫିଲ୍ମ ‘କହୋନା ପ୍ୟାର ହୈ’ ମୁକ୍ତିଲାଭ ପରେ ହ୍ରିତିକ ନିଜ ପିଲାଦିନର ସାଥୀ ସୁଜୈନ ଖାନଙ୍କୁ ବିବାହ କରିଥିଲେ । ଏହାର ୧୪ ବର୍ଷ ପରେ ୨୦୧୪ରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା ।

ପଢନ୍ତୁ ;

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

Related posts

ଶେଷ କଲେ ସଲମାନ ଖାନ ‘ଦଶ କା ଦମ୍‌’ର ଟ୍ରିଜର ଓ ପ୍ରୋମ ସୁଟିଂ

ENO Beuro

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

ENO Beuro

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ଏବେ ପାକିସ୍ଥାନରେ ‘ଅୟାରି’କୁ ବିରୋଧ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More