Entertainment

ହଲିଉଡର ଲୋକପ୍ରିୟ ତାରକାଙ୍କୁ ପଛରେ ପକାଇ ଏକ ଟାଇଟଲ ହାସଲ କରିଛନ୍ତି ହ୍ରିତିକ୍ ରୋଶନ୍

ବଲିଉଡ୍‌ର ସୁପର ଟ୍ୟାଲେଣ୍ଟେଡ୍‌ ଏବଂ ମୋଷ୍ଟ ଗୁଡଲୁକିଂ ହିରୋ ହ୍ରିତିକ୍ ରୋଶନ୍ଙ୍କୁ ମିଳିଛି ଆଉ ଏକ ସଫଳତା। ସେ ହଲିଉଡର କେତେକ ଲୋକପ୍ରିୟ ତାରକାଙ୍କୁ ପଛରେ ପକାଇ ଏକ ଟାଇଟଲ ହାସଲ କରିଛନ୍ତି। ହଁ ହ୍ରିତିକ୍ ରୋଶନଙ୍କୁ ମିଳିଛି ବିଶ୍ୱର ସବୁଠୁ ସୁନ୍ଦର ପୁରୁଷ କଳାକାର। worldstopmost.com ପକ୍ଷରୁ ମୋଷ୍ଟ ଗୁଡଲୁକିଂ କଳାକାରଙ୍କର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ସର୍ବାଗ୍ରେ ଅଛନ୍ତି ହ୍ରିତିକ୍ ରୋଶନ। ଅର୍ଥାତ୍‌ ହ୍ରିତିକ୍ ହେଉଛନ୍ତି ବିଶ୍ୱର ସବୁଠୁ ସୁନ୍ଦର ପୁରୁଷ କଳାକାର। ସେ ଏହି ପ୍ରତିଦ୍ୱନ୍ଦ୍ୱିତାରେ ହଲିଉଡ କଳାକାରରବର୍ଟ ପୋଟନସନ୍‌ ଏବଂ କ୍ରିସ୍‌ ଇଭାନସଙ୍କୁ ବି ପଛରେ ପକାଇ ଦେଇଛନ୍ତି।

୪୪ ବର୍ଷୀୟ ଅଭିନେତା ହ୍ରିତିକ୍ ରୋଶନ ଏବେ ହ୍ୟାଣ୍ଡସମ ଅଭିନେତା ଭାବରେ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ହ୍ରିତିକ୍ ରବର୍ଟ ପେଟିନସନ ଏବଂ କ୍ରିସ ଇମ୍ବାସଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଭାବରେ ସମ୍ମାନିତ ହୋଇଛନ୍ତି ।

ଏହି ତାଲିକାରେ ଟମ୍ ହେଡେଲଷ୍ଟନ,ହେନେରୀ କାବିଲ ଏବଂ ନୁହ ମିଲ୍ସ ଭଳି ଅନ୍ତଃରାଷ୍ଟୀୟ ତାରକା ମାନେ ମଧ୍ୟ ସାମିଲ ଅଛନ୍ତି । ବଲିଉଡର ନାମିଦାମୀ କଳାକାର ସଲମାନ ଏଥିରୁ ବାଦ ପଡ଼ିବେ କେମିତି । ସେ ମଧ୍ୟ ଏହି ଦୌଡରେ ପଂଚମ ସ୍ଥାନ ହାସଲ କରିଛନ୍ତି । ତେବେ ରିତିକଙ୍କ ଏହି ସଫଳତା ଆମ ପାଇଁ ଗୌରବମୟ ନିଶ୍ଚୟ । ସୂଚନା ଅନୁସାରେ ରିତିକ ଖୁବ ଶୀଘ୍ର ସୁପର ୩୦ରେ ନଜର ଆସିବେ ।

ହଲିଉଡର ଲୋକପ୍ରିୟ ତାରକାଙ୍କୁ ପଛରେ ପକାଇ ଏକ ଟାଇଟଲ ହାସଲ କରିଛନ୍ତି ହ୍ରିତିକ୍ ରୋଶନ୍ hritik

ପଢନ୍ତୁ ;

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

 

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

ENO Beuro

Padmalaya Nanda, Little Miss World Finalist Met Union Home Minister Rajnath Singh

ENO Beuro

୯୦ ତମ ଓସ୍କାର ପୁରସ୍କାର ସମାରୋହ : ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଦିଆଗଲା ଶ୍ରଦ୍ଧାଂଜଳି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More